Categories: ଜାତୀୟ

ଗୈରିକ ରଙ୍ଗରେ ନଜର ଆସିବ ବନ୍ଦେ ଭାରତ ଏକ୍ସପ୍ରେସ, ଫଟୋ ଶେୟାର କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ,୯।୭: ବନ୍ଦେ ଭାରତ ଏକ୍ସପ୍ରେସକୁ ବର୍ତ୍ତମାନ ଏକ ନୂଆ ରଙ୍ଗରେ ଦେଖିବାକୁ ମିଳିବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ବିଟ୍‌ କରି ଏହାର ଝଲକ ଦେଖାଇଛନ୍ତି। ସେ ତାଙ୍କ ଟୱିଟର ହ୍ୟାଣ୍ଡେଲରେ ବନ୍ଦେ ଭାରତର ନୂଆ ଲୁକ୍‌କୁ ଶେୟାର କରିଛନ୍ତି। ଟ୍ବିଟ୍‌ କରି କହିଛନ୍ତି ଏକ୍ସପ୍ରେସର ଏହି ରଙ୍ଗ ତ୍ରିରଙ୍ଗା ପତାକାର ରଙ୍ଗକୁ ନେଇ କରାଯାଇଛି। ଟ୍ରେନ୍‌ରେ ଗୈରିକ, ଧଳା ଏବଂ କଳା ରଙ୍ଗର ମିଶ୍ରଣ ଦେଖିବାକୁ ମିଳିବ। ପୂର୍ବରୁ ଏହାର ରଙ୍ଗ ନୀଳ ଏବଂ ଧଳା ଥିଲା।

Share