କରୋନାର ନୂଆ ଭାରିଆଣ୍ଟକୁ ନେଇ ପୁଣି ଚିନ୍ତାରେ ବିଶ୍ୱ

କେପ୍‌ଟାଉନ/ନୂଆଦିଲ୍ଲୀ,୨୬।୧୧: ଦକ୍ଷିଣ ଆଫ୍ରିକାରେ କରୋନାର ନୂତନ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହି ଭାରିଆଣ୍ଟ ଦୃତଗତିରେ ବ୍ୟାପୁଛି । ଗବେଷଣା ପରେ ବୈଜ୍ଞାନିକମାନେ କରିଛନ୍ତି ଯେ, ଡେଲଟା ଭାରିଆଣ୍ଟଠୁ ଏହା ସାଂଘାତିକ ହୋଇପାରେ। ଏନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ପ୍ରତିଦିନ ୧୨ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅଧିକାଂଶ ଲୋକଙ୍କଠାରେ ଏହି ନୂତନ ଭାରିଆଣ୍ଟ ଚିହ୍ନଟ ହୋଇଥିବା ଜଣାପଡିଛି। ଦକ୍ଷିଣ ଆଫ୍ରିକାରୁ ହଂକଂ ଯାଇଥିବା କିଛି ଲୋକଙ୍କ ମଧ୍ୟରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହାର ବୈଜ୍ଞାନିକ ନାମକରଣ ବି.୧.୧.୫୨୯ ରଖାଯାଇଛି। ଏହି ନୂଆ ଷ୍ଟ୍ରେନ ପାଇଁ ଭାରତ ସରକାର ସତର୍କ କରାଇଛନ୍ତି। ପ୍ରତ୍ୟେକ ବିମାନବନ୍ଦରରେ ସ୍କ୍ରିନିଂ, ଟେଷ୍ଟିଂ, ଟ୍ରାକିଂକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ଗାଇଡ୍‌ଲାଇନ ଅନୁସାରେ ନିୟମ ପାଳନ କରିବାକୁ ଜନସାଧାରଣଙ୍କୁ କୁହାଯାଇଛି। କେହି ସଂକ୍ରମିତ ଚିହ୍ନଟ ହେଲେ ସେମାନଙ୍କୁ ତୁରନ୍ତ ସଂଘରୋଧରେ ରଖିବାକୁ ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ସମସ୍ତ ଦେଶକୁ ଏହି ସମ୍ପର୍କରେ ସୂଚନା ଦେବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛି। ତେବେ ସଂକ୍ରମଣକୁ ରୋକିବାକୁ ଯାତାୟତ କଟକଣାକୁ କଡାକଡି କରାଯିବାର ଆବଶ୍ୟକତା ରହିଥିବା ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଟ୍ରମ୍ପଙ୍କ ଧମକରେ ନଇଁଲା ଭାରତ? ସଂସଦରୁ ବଡ଼ ଚ୍ୟାଲେଞ୍ଜ ଦେଲେ ମୋଦି

ନୂଆଦିଲ୍ଲୀ,୧୧।୩: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଟିକସ ବିବାଦ ଉପରେ, ମୁହଁ ଖୋଲିଛନ୍ତି କେନ୍ଦ୍ର ସରକାର। ସଂସଦରେ ସେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଆମେରିକା...

କରୁଥିଲେ ଅନଲାଇନ ଡାଇଟ୍‌, ଚାଲିଗଲା ଯୁବତୀଙ୍କ ଜୀବନ

ନୂଆଦିଲ୍ଲୀ,୧୧।୩: ଆଜିକାଲି ଓଜନ ହ୍ରାସ କରିବା ପାଇଁ ବିଭିନ୍ନ ପ୍ରକାରର ଡାଏଟ ଅନୁସରଣ କରିବାର ଧାରା ବହୁତ ବୃଦ୍ଧି ପାଇଛି। କିନ୍ତୁ ଯଦି ଶରୀରର ଆବଶ୍ୟକତା...

ପାକିସ୍ତାନରେ ଟ୍ରେନ ଅପହରଣ କଲେ ଆତଙ୍କବାଦୀ, ଶହଶହ ଯାତ୍ରୀଙ୍କୁ ରଖିଲେ ବନ୍ଧକ

ଇସଲାମାବାଦ,୧୧।୩: ପାକିସ୍ତାନର ବେଲୁଚିସ୍ତାନରେ ବାଲୁଚ ଲିବରେଶନ ଆର୍ମି (BLA) ଜାଫର ଏକ୍ସପ୍ରେସକୁ ଅପହରଣ କରିଛି। କେବଳ ଏତିକି ନୁହେଁ, ବାଲୁଚ ସେନା ଟ୍ରେନ୍‌ରେ ଥିବା ସମସ୍ତ...

ମରିସସ ରାଷ୍ଟ୍ରପତିଙ୍କୁ ବିଶେଷ ଉପହାର ଦେଲେ ମୋଦି

ପୋର୍ଟ ଲୁଇସ,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୋର୍ଟ ଲୁଇସରେ ମରିସସ ରାଷ୍ଟ୍ରପତି ଧରମ ଗୋଖୁଲଙ୍କୁ ଭେଟି ମହାକୁମ୍ଭର ପବିତ୍ର ଗଙ୍ଗା ଜଳ ପ୍ରଦାନ କରିଛନ୍ତି।...

Women Topless Parade: ରାସ୍ତା ମଝିରେ ବିନ ପୋଷାକରେ ପରେଡ କଲେ ମହିଳା, ସମସ୍ତେ ଦେଖି କାବା

ପ୍ୟାରିସ,୧୧।୩: ପ୍ୟାରିସରେ ଫାସିବାଦ ବିରୋଧରେ ମହିଳାମାନେ ବିନା ପୋଷାକରେ ପ୍ରତିବାଦ କରୁଛନ୍ତି। ୮ ମାର୍ଚ୍ଚରେ ଯେତେବେଳେ ସାରା ବିଶ୍ୱରେ ମହିଳା ଦିବସ ପାଳନ କରାଯାଉଥିଲା, ଫ୍ରାନ୍ସରେ...

ଭାରତର ନିଦ ହଜାଇଲା ପାକିସ୍ତାନ, କିଣିଲା କୋଟି କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର!

ଇସଲାମାବାଦ,୧୧।୩: ପାକିସ୍ତାନ ନିଜର ଖାଲି ରାଜକୋଷ ପାଇଁ ଦୁଃଖ ପ୍ରକାଶ କରୁଥିବା ବେଳେ, ଅସ୍ତ୍ରଶସ୍ତ୍ର କିଣିବାରେ ଏତେ ଟଙ୍କା ଖର୍ଚ୍ଚ କରିଥିଲା ଯେ ଏହା ଅସ୍ତ୍ରଶସ୍ତ୍ର...

‘ଆପଣ ଟ୍ରେନିଂ ନିଅନ୍ତୁ, ଆପଣଙ୍କୁ ଏହାର…’, ନଡ୍ଡାଙ୍କୁ କାହିଁକି ଏମିତି ଉପଦେଶ ଦେଲେ ଖାର୍ଗେ

ନୂଆଦିଲ୍ଲୀ,୧୧।୩: ରାଜ୍ୟ ସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର (୧୧ ମାର୍ଚ୍ଚ, ୨୦୨୫) କେନ୍ଦ୍ରମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ଅଧ୍ୟକ୍ଷ...

Gold Smuggling ମାମଲାରେ ଆସିଲା ନୂଆ ଟୁଇଷ୍ଟ, ତରୁଣ ରାଜୁଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୧୧।୩: ଦୁବାଇରୁ ସୁନା ଚୋରା ଚାଲାଣ ଅଭିଯୋଗରେ ଅଭିଯୁକ୍ତ ଅଭିନେତ୍ରୀ ରାନ୍ୟା ରାଓଙ୍କ ବିଷୟରେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆଣିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri