କରୋନାର ନୂଆ ଭାରିଆଣ୍ଟକୁ ନେଇ ପୁଣି ଚିନ୍ତାରେ ବିଶ୍ୱ

କେପ୍‌ଟାଉନ/ନୂଆଦିଲ୍ଲୀ,୨୬।୧୧: ଦକ୍ଷିଣ ଆଫ୍ରିକାରେ କରୋନାର ନୂତନ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହି ଭାରିଆଣ୍ଟ ଦୃତଗତିରେ ବ୍ୟାପୁଛି । ଗବେଷଣା ପରେ ବୈଜ୍ଞାନିକମାନେ କରିଛନ୍ତି ଯେ, ଡେଲଟା ଭାରିଆଣ୍ଟଠୁ ଏହା ସାଂଘାତିକ ହୋଇପାରେ। ଏନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ପ୍ରତିଦିନ ୧୨ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅଧିକାଂଶ ଲୋକଙ୍କଠାରେ ଏହି ନୂତନ ଭାରିଆଣ୍ଟ ଚିହ୍ନଟ ହୋଇଥିବା ଜଣାପଡିଛି। ଦକ୍ଷିଣ ଆଫ୍ରିକାରୁ ହଂକଂ ଯାଇଥିବା କିଛି ଲୋକଙ୍କ ମଧ୍ୟରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହାର ବୈଜ୍ଞାନିକ ନାମକରଣ ବି.୧.୧.୫୨୯ ରଖାଯାଇଛି। ଏହି ନୂଆ ଷ୍ଟ୍ରେନ ପାଇଁ ଭାରତ ସରକାର ସତର୍କ କରାଇଛନ୍ତି। ପ୍ରତ୍ୟେକ ବିମାନବନ୍ଦରରେ ସ୍କ୍ରିନିଂ, ଟେଷ୍ଟିଂ, ଟ୍ରାକିଂକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ଗାଇଡ୍‌ଲାଇନ ଅନୁସାରେ ନିୟମ ପାଳନ କରିବାକୁ ଜନସାଧାରଣଙ୍କୁ କୁହାଯାଇଛି। କେହି ସଂକ୍ରମିତ ଚିହ୍ନଟ ହେଲେ ସେମାନଙ୍କୁ ତୁରନ୍ତ ସଂଘରୋଧରେ ରଖିବାକୁ ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ସମସ୍ତ ଦେଶକୁ ଏହି ସମ୍ପର୍କରେ ସୂଚନା ଦେବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛି। ତେବେ ସଂକ୍ରମଣକୁ ରୋକିବାକୁ ଯାତାୟତ କଟକଣାକୁ କଡାକଡି କରାଯିବାର ଆବଶ୍ୟକତା ରହିଥିବା ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି।

Share