Categories: ଜାତୀୟ

‘ଓମିକ୍ରନ ଭଳି ନୂଆ ନୂଆ ଭାରିଆଣ୍ଟ ଆଗକୁ ଆସିବ’

ନୂଆଦିଲ୍ଲୀ,୨୪।୧: ସାରା ବିଶ୍ୱରେ ବଢ଼ୁଥିବା ଓମିକ୍ରନ ମାମଲାକୁ ଲକ୍ଷ୍ୟ କରି ଟିକାକରଣକୁ ଜୋରଦାର କରିବା ଏବଂ ମାସ୍କ ପିନ୍ଧିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଓମିକ୍ରନ କରୋନାର ଶେଷ ନୁହଁ । ଏହା ପରେ ମଧ୍ୟ ମ୍ୟୁଟେସନ ଯୋଗୁ ନୂଆ ନୂଆ ଭାରିଆଣ୍ଟ ଆସିପାରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ହୁ)ର ବୈଷୟିକ ବିଭାଗ ମୁଖ୍ୟ ମାରିଆ ଭ୍ୟାନ କ୍ରେକୋଭେ କହିଛନ୍ତି। ସାରା ବିଶ୍ୱରେ ଭ୍ୟାକ୍ସିନେସନ ବଢ଼ାଇବା ଯଥେଷ୍ଟ ହେବ ନାହିଁ ବରଂ ଏହାର ସଂକ୍ରମଣ ରୋକିବା ଦିଗରେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ।  ତେବେ ଏହା ଡେଲ୍ଟା ଭାରିଆଣ୍ଟ ଠାରୁ ଲୋକଙ୍କୁ କମ ଗୁରୁତର କରୁଛି । ତଥାପି ଟିକା ନେଇ ନ ଥିବା ଏବଂ ଅନ୍ୟାନ୍ୟ ରୋଗ ଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁଥିବା ସେ କହିଛନ୍ତି ।

Share