ସିଙ୍ଗାପୁରରେ କରୋନାର ନୂଆ ଓ୍ବେଭ୍‌, ୬ ଦିନରେ ୨୫,୯୦୦ ମାମଲା

ସିଙ୍ଗାପୁର, ୧୮।୫: ଦକ୍ଷିଣ-ପୂର୍ବ ଏସୀୟ ଦେଶ ସିଙ୍ଗାପୁରରେ କରୋନା ଭାଇରସ ପୁଣି ଥରେ ବ୍ୟାପିବାରେ ଲାଗିଛି। ଦେଶରେ ଗତ ୬ ଦିନ ମଧ୍ୟରେ ୨୫,୯୦୦ ନୂଆ କରୋନା ମାମଲା ରେକର୍ଡ ହୋଇଛି। ଏହି ଅବସରରେ ଶନିବାର ସିଙ୍ଗାପୁରର ସ୍ବାସ୍ଥ୍ୟ ମନ୍ତ୍ରୀ ଓଙ୍ଗ୍‌ ୟେ କୁଙ୍ଗ୍‌ ମାସ୍କ ପିନ୍ଧିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି।

କରୋନାର ଏହି ନୂଆ ଓ୍ବେଭ୍‌ ଦେଶରେ ପ୍ରାରମ୍ଭିକ ସ୍ତିତିରେ ଏବଂ ଆଗାମୀ ୨ରୁ ୪ ସପ୍ତାହରେ ମଧ୍ୟରେ ଏହା ଶିଖରରେ ପହଞ୍ଚିବ ବୋଲି ସେ କହିଛନ୍ତି। ତେବେ ବର୍ତ୍ତମାନ ସ୍ଥିତିରେ କୌଣସି ପ୍ରକାରର ସାମାଜିକ ପ୍ରତିବନ୍ଧକ ଲାଗୁ କରିବାର ଯୋଜନା ନଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ଓଙ୍ଗ୍‌ କହିଛନ୍ତି। ସିଙ୍ଗାପୁରରେ ଚଳିତ ସପ୍ତାହର କରୋନା ମାମଲା

ଗତ ସପ୍ତାହ ଠାରୁ ଦ୍ୱିଗୁଣୀତ ହୋଇଛି। ସେହିପରି ପ୍ରତିଦିନ ହସ୍ପିଟାଲରେ ଭର୍ତ୍ତି ହେଉଥିବା ହାରାହାରି ରୋଗୀଙ୍କ ସଂଖ୍ୟା ଗତ ସପ୍ତାହରେ ୧୮୧ ଥିବାବେଳେ ଚଳିତ ସପ୍ତାହରେ ଏହା ବଢ଼ି ୨୫୦ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ପ୍ରଶ୍ନରେ ଘାଇଲା ହେଲା ବାଂଲାଦେଶ, ଏବେ ଉପଦେଶ ଦେଉଛନ୍ତି ୟୁନୁସ ସରକାର

ଢାକା,୧୪।୩: ବାଂଲାଦେଶରେ ଚାଲିଥିବା ମୌଳବାଦ ଏବଂ ସଂଖ୍ୟାଲଘୁଙ୍କ ପ୍ରତି ଦୁର୍ବ୍ୟବହାର ଉପରେ ଭାରତ ଗଭୀର ଚିନ୍ତା ପ୍ରକାଶ କରିଛି। ଏହା ଉପରେ, ବାଂଲାଦେଶ ଭାରତ ଦ୍ୱାରା...

ପୁଟିନଙ୍କୁ କଡ଼ା ଜବାବ ଦେଲେ ଜେଲନସ୍କି, କହିଲେ ସେ ଯୁଦ୍ଧ ବିରତି ଚାହୁଁ ନ ଥିଲେ ଟ୍ରମ୍ପଙ୍କ ଡରରେ…

କ୍ୱିଭ,୧୪।୩: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକା ଦ୍ୱାରା ପ୍ରଦାନ କରାଯାଇଥିବା ୩୦ ଦିନିଆ ଅସ୍ତ୍ରବିରତି ପ୍ରସ୍ତାବ ପ୍ରତି ସଂକୋଚ ଦେଖାଇବା ପାଇଁ ରୁଷିଆ ରାଷ୍ଟ୍ରପତି...

ଆମେରିକା କୋର୍ଟରୁ ଟ୍ରମ୍ପକୁ ଲାଗିଲା ବଡ଼ ଝଟକା! ଏହି ମାମଲାରେ ଶୁଣାଇଲେ ରାୟ

ଓ୍ବାଶିଂଟନ,୧୪।୩: ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦ୍ୱାରା ଗଣ ଛଟେଇର ସମ୍ମୁଖୀନ ହେଉଥିବା ହଜାର ହଜାର ଫେଡେରାଲ କର୍ମଚାରୀଙ୍କୁ ପୁନଃସ୍ଥାପନ କରିବାକୁ ଆମେରିକାର ଏକ କୋର୍ଟ ନିର୍ଦ୍ଦେଶ...

କାହିଁକି ଭାରତକୁ ପ୍ରଶଂସା କଲେ ପୁଟିନ? ଜାଣନ୍ତୁ ଏହା ପଛର କାରଣ

ମସ୍କୋ,୧୪।୩: କ୍ୱିଭର ଯୁଦ୍ଧବିରତି ପ୍ରସ୍ତାବ ଉପରେ ତାଙ୍କର ପ୍ରଥମ ସାର୍ବଜନୀନ ମନ୍ତବ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱ ନେତାମାନଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି। ସେ...

ଜଳିଗଲା ୧୭୨ ଯାତ୍ରୀଥିବା ବିମାନ, ଡେନଭର ବିମାନ ବନ୍ଦରରେ ଭୟର ବାତାବରଣ, ଦେଖନ୍ତୁ ଭିଡିଓ

ଓ୍ବାଶିଂଟନ,୧୪।୩: ଆମେରିକାର ଡେନଭର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଆମେରିକୀୟ ଏୟାରଲାଇନ୍ସର ଏକ ବିମାନରେ ନିଆଁ ଲାଗିବା ପରେ ଏଠାରେ ଭୟଙ୍କର ବାତାବରଣ...

କୁର୍କ୍ସର ସର୍ବବୃହତ୍‌ ସହରକୁ ପୁଣି ଦଖଲକଲା ରୁଷିଆ

ମସ୍କୋ,୧୪।୩ ୟୁକ୍ରେନ୍‌ ଯୁଦ୍ଧର ଅବସାନ ନିମନ୍ତେ ଆଲୋଚନା ପାଇଁ ଆମେରିକାର ପ୍ରତିନିଧିମାନେ ମସ୍କୋ ଗସ୍ତରେ ଯାଉଥିବାବେଳେ ରୁଷିଆ ଗୁରୁବାର କୁର୍କ୍ସର ସର୍ବବୃହତ୍‌ ସହରକୁ ପୁନର୍ବାର ନିଜ...

ବିଳମ୍ବ ହେବ ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ

ଓ୍ବାଶିଂଟନ୍‌, ୧୪।୩: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ସାଥୀ ନାସା ମହାକାଶଚାରୀ ବୁଚ୍‌ ଓ୍ବିଲ୍‌ମୋରଙ୍କର ପୃଥିବୀ ପ୍ରତ୍ୟାବର୍ତ୍ତନ ପୁଣିଥରେ ବିଳମ୍ବିତ ହୋଇଛି।...

ପୁନଃ ଅବସ୍ଥାନ ପାଇଁ ଆଇସ୍‌ଲାଣ୍ଡ ପ୍ରଥମ ପସନ୍ଦ

ଓ୍ବାଶିଂଟନ୍‌, ୧୪।୩: ଆମେରିକୀୟ ଅନ୍‌ଲାଇନ ରେମିଟାନ୍ସ କମ୍ପାନୀ ରେମିଟ୍‌ଲି ପକ୍ଷରୁ ଗୁରୁବାର ‘ରେମିଟ୍‌ଲି ଇମିଗ୍ରେଶନ ଇଣ୍ଡେକ୍ସ ୨୦୨୫’ ଜାରି ହୋଇଛି। ଏହି ସୂଚକାଙ୍କ ଅନୁଯାୟୀ, ୨୦୨୫ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image