ରୋଗ ଚିହ୍ନଟର ନୂଆ ଉପାୟ

ଆମକୁ କୌଣସି ରୋଗ ହେଲେ ଡାକ୍ତର ଉକ୍ତ ରୋଗର ଲକ୍ଷଣ ବିଷୟରେ ପ୍ରଥମେ ଭଲ ଭାବରେ ଅବଗତ ହୋଇଥାଆନ୍ତି ଏବଂ ତାହାକୁ ତର୍ଜମା କରି ଚିକିତ୍ସା କରନ୍ତି। ଅନ୍ୟପକ୍ଷରେ କେତେକ ରୋଗକୁ ଚିହ୍ନଟ କରିବା ପାଇଁ ରକ୍ତ, ମଳ, ମୂତ୍ର ପରୀକ୍ଷା କରାଯାଏ। ଏପରି କି କେତେକ କ୍ଷେତ୍ରରେ ଏକ୍ସ-ରେ, ଅଲଟ୍ରାସାଉଣ୍ଡ, ଏମ୍‌ଆରଆଇ, ସିଟି ସ୍କାନ୍‌ ଆଦି ପଦ୍ଧତି ଅନୁସରଣ କରାଯାଇଥାଏ। ତେବେ କିଛି ରୋଗ ଚିହ୍ନଟ କରିବାର ଏକ ସହଜ ତଥା ସରଳ ଉପାୟ ଖୋଜି ପାଇବାରେ ସକ୍ଷମ ହୋଇଛନ୍ତି ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ। କେତେକ ବ୍ୟକ୍ତିଙ୍କର କଥାବାର୍ତ୍ତା ଶୈଳୀକୁ ତନ୍ନ ତନ୍ନ କରି ତର୍ଜମା କରିବା ପରେ ସେମାନେ କେତେକ ରୋଗର