ଦିନକୁ ଦିନ ଚିକିତ୍ସା ବିଜ୍ଞାନ ଉନ୍ନତ ହେବାରେ ଲାଗିଛି। ବିଶେଷଜ୍ଞମାନେ ନୂଆ ନୂଆ ଚିକିତ୍ସା ପ୍ରଣାଳୀ ଉଦ୍ଭାବନ କରୁଛନ୍ତି। ତାହାକୁ ଅନୁସରଣ କରି କେତେକ ରୋଗର ଚିକିତ୍ସା ଅତି ସହଜରେ କରିହେଉଛି। ତେବେ ନିକଟରେ ରୋଗ ଚିହ୍ନଟ କରିବାର ଏକ ନୂଆ ଉପାୟ ଖୋଜି ପାଇବାରେ ସକ୍ଷମ ହୋଇଛନ୍ତି ଟୋକିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ। ନଖ ଉପରେ ଥିବା ଦାଗକୁ ଅନୁଧ୍ୟାନ କରି ସେମାନେ କେତେକ ରୋଗ ବିଷୟରେ ସୂଚନା ପାଇବାରେ ସକ୍ଷମ ହୋଇଛନ୍ତି। ବେଳେବେଳେ ନଖ ଉପରେ ବିଭିନ୍ନ ରଙ୍ଗର ଦାଗ ଦେଖିବାକୁ ମିଳିଥାଏ। ସେହି ଦାଗଗୁଡିକୁ ତନ୍ନ ତନ୍ନ କରି ପରୀକ୍ଷା କରାଯାଇ ଲିଭର୍ ଏପରି କି କେତେକ ସଂକ୍ରମଣ ରୋଗ ବିଷୟରେ ପ୍ରାକ୍ ସୂଚନା ପାଇହେବ ବୋଲି ଉକ୍ତ ୟୁନିଭର୍ସିଟିର ବିଶେଷଜ୍ଞମାନେ ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି। ତେବେ ଏ ନେଇ ଅଧିକ ତଥ୍ୟ ଜାଣିବା ପାଇଁ ସେମାନେ ଗବେଷଣା ଚାଲୁ ରଖିଛନ୍ତି।