ଆଜିକାଲି ଅନେକ କେତେକ କାରଣରୁ ଅବସାଦଗ୍ରସ୍ତ ହେଉଛନ୍ତି। କେତେକ କାରଣ ଏଥିପାଇଁ ଦାୟୀ। ହେଲେ ଅବସାଦରୁ ରକ୍ଷା ପାଇବାର ସହଜ ତଥା ସରଳ ଉପାୟ ହାତପାହାନ୍ତାରେ ରହିଛି। ବାସ୍, ଏଥିପାଇଁ ଆପଣଙ୍କୁ କିଛି ସମୟ ଯୋଗ କରିବାକୁ ପଡିବ। ଏହାକୁ ନିୟମିତ ଅଭ୍ୟାସରେ ପରିଣତ କରିପାରିଲେ ଜଣେ ବ୍ୟକ୍ତି ନିଜକୁ ଅବସାଦଠାରୁ କେତେକାଂଶରେ ଦୂରେଇ ରଖିପାରିବ ବୋଲି ୟୁନିଭର୍ସିଟି ଅଫ କାଲିଫର୍ନିଆରର ମନୋବିଜ୍ଞାନୀମାନେ ଏକ ସଦ୍ୟତମ ଗବେଷଣାରୁ ଜାଣିପାରିଛନ୍ତି।