ସାଧାରଣତଃ ଗୋଟିଏ ଚିପ୍ରୁ ଅନ୍ୟ ଚିପ୍କୁ ଡାଟା ଟ୍ରାନ୍ସଫର ପାଇଁ ବିଦ୍ୟୁତର ଆବଶ୍ୟକତା ହୋଇଥାଏ। ହେଲେ ଏଣିକି ବିଦ୍ୟୁତ ନ ଥିଲେ ମଧ୍ୟ ଏପରି କାମକୁ ସମ୍ପାଦନ କରିହେବ। ପୁଣି ତାହା ଏକ ସରଳ ଉପାୟରେ ସମ୍ପାଦନ କରାଯାଇପାରିବ। ଅର୍ଥାତ୍, ଆଲୋକ ମାଧ୍ୟମରେ ଡାଟା ଟ୍ରାନ୍ସଫର ହୋଇପାରିବ। ଏଥିପାଇଁ ୟୁନିଭର୍ସିଟି ଅଫ କାଲିଫର୍ନିଆର ବିଶେଷଜ୍ଞମାନେ ଏକ ଉନ୍ନତ ଜ୍ଞାନକୌଶଳବିଶିଷ୍ଟ ଚିପ୍ ପ୍ରସ୍ତୁତ କରିଛନ୍ତି। ଏହି ଚିପ୍ରେ ଥିବା ଆଲୋକ ଏତେ ଶକ୍ତିଶାଳୀ ଯେ ତାହା ମାଧ୍ୟରେ ଡାଟାକୁ ଖୁବ୍ ଶୀଘ୍ର ଟାନ୍ସଫର କରାଯାଇପାରିବ। ପ୍ରତି ବର୍ଗ ମିମିରେ ସେକେଣ୍ଡ ପିଛା ଏହି ଚିପ୍ର କ୍ଷମତା ହେଉଛି ୩୦୦ ଗିଗାବାଇଟ୍। ଏହାକୁ ଆହୁରି କ୍ଷମତାସମ୍ପନ୍ନ କରିବାକୁ ଆଉ କିଛି ମାସ ସମୟ ଲାଗିବ ବୋଲି ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।