ନୂଆବର୍ଷରେ ସରକାରଙ୍କ ନୂଆ ପଦକ୍ଷେପ: ଏହି ଯୋଜନାରେ କରନ୍ତୁ ଆବେଦନ, ପ୍ରତି ମାସରେ ମିଳିବ ୩୦୦୦ ଟଙ୍କା

ନୂଆଦିଲ୍ଲୀ,୨୨।୧୨: ଦେଶର ଏକ ବୃହତ ଜନସଂଖ୍ୟା ଅସଂଗଠିତ କ୍ଷେତ୍ର ସହିତ ଜଡିତ। ଅନେକ ପ୍ରକାରର ଆର୍ଥିକ ସମସ୍ୟା ଏହି ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ। ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ ଶ୍ରମିକମାନେ କଠିନ ପରିଶ୍ରମ କରି କିଛି ଟଙ୍କା ରୋଜଗାର କରି ନିଜର ଜୀବିକା ନିର୍ବାହ କରନ୍ତି । ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଭାରତ ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ଯେଉଁଥିରେ ସମସ୍ତେ ଉପକୃତ ହେଉଛନ୍ତି। ଏବେ ସରକାର ଆଉ ଏକ ଯୋଜନା ଆଣିଛନ୍ତି। ଏହି ଯୋଜନାର ନାମ ହେଉଛି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା। ନୂତନ ବର୍ଷ ଅବସରରେ ଶ୍ରମିକମାନେ ଭାରତ ସରକାରଙ୍କ ଏହି ଯୋଜନାରେ ବିନିଯୋଗ କରି ସେମାନଙ୍କର ଭବିଷ୍ୟତକୁ ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ କରିପାରିବେ। ବିସ୍ତୃତ ଭାବରେ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ…

ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାରେ ଅସଂଗଠିତ କ୍ଷେତ୍ର ସହିତ ଜଡିତ ସେହି ବ୍ୟକ୍ତି, ଆବେଦନ କରିପାରିବେ, ଯାହାଙ୍କ ବୟସ ୧୮ରୁ ୪୦ବର୍ଷ ମଧ୍ୟରେ ହୋଇଥିବ। ଏହି ଯୋଜନା ପାଇଁ ଆପଣ ଯେଉଁ ବୟସରେ ଆବେଦନ କରିବେ, ସେହି ଆଧାରରେ ନିବେଶର ରାଶି ନିଶ୍ଚିତ କରାଯିବ।

ଯଦି ଆପଣ ୧୮ ବର୍ଷ ବୟସରେ ଏହି ଯୋଜନା ପାଇଁ ଆବେଦନ କରନ୍ତି। ଏଭଳି ପରିସ୍ଥିତିରେ ଆପଣଙ୍କୁ ଏହି ଯୋଜନାରେ ପ୍ରତିମାସରେ ୫୫ ଟଙ୍କା ବିନିଯୋଗ କରିବାକୁ ପଡିବ। ସେହିପରି ୪୦ ବର୍ଷ ବୟସ୍କ ଏହି ଯୋଜନା ପାଇଁ ଆବେଦନ କରନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କୁୁ ଏହି ଯୋଜନାରେ ପ୍ରତିମାସରେ ୨୦୦ ଟଙ୍କା ବିନିଯୋଗ କରିବାକୁ ପଡିବ। ଆପଣଙ୍କୁ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଏହି ବିନିଯୋଗ କରିବାକୁ ପଡିବ। ୬୦ ବର୍ଷ ବୟସ ହେବା ପରେ ଆପଣ ପ୍ରତି ମାସରେ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଅଧୀନରେ ପ୍ରତିମାସ ୩୦୦୦ ଟଙ୍କା ପେନସନ ପାଇବେ।

Share