ପ୍ରୟାଗରାଜ : ନୂତନ ବର୍ଷ ୨୦୨୪ ଆସିବାକୁ ଯାଉଛି। ତେବେ ଅତିବାହିତ ଥିବା ପ୍ରେମୀଯୁଗଳଙ୍କ ପାଇଁ ନୂଆବର୍ଷ ବହୁ ସମ୍ଭାବନା ନେଇ ଆସୁଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୦୨୪ ବର୍ଷ ଆୟୁଷ୍ମାନ ଯୋଗରେ ଆସିବାକୁ ଯାଉଛି ଏବଂ ଏହି ଯୋଗକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ। ଏପରି ପରିସ୍ଥିତିରେ, ଯଦି ପ୍ରେମୀଯୁଗଳ ବିବାହ କରିବାକୁ ଇଚ୍ଛା କରନ୍ତି ଅବା କେହି ଜଣେ ଭଲ ଜୀବନସାଥୀ ଖୋଜୁଛନ୍ତି, ତେବେ ନୂତନ ବର୍ଷ ୨୦୨୪ ସେମାନଙ୍କୁ ମନ ପସନ୍ଦର ଜୀବନସାଥୀ ଦେବାକୁ ସକ୍ଷମ ହେବ।
ଜ୍ୟୋତିଷ ପଣ୍ଡିତ ମନୀଷ ଉପାଧ୍ୟାୟ କହିଛନ୍ତି ଏଥର ନୂଆ ବର୍ଷ ୨୦୨୪ ଆୟୁଷ୍ମାନ ଯୋଗରେ ଆରମ୍ଭ ହେବାକୁ ଯାଉଛି ଏବଂ ଆୟୁଷ୍ମାନ ଯୋଗରେ ନୂତନ ବର୍ଷର ଆଗମନ ଏକ ଉତ୍ତମ ଏବଂ ଶୁଭ ସଙ୍କେତ ଅଟେ। ସେ କହିଛନ୍ତି ନୂଆ ବର୍ଷ ଆରମ୍ଭରେ ମଳମାସ ରହିବ କିନ୍ତୁ ଏହା ପରେ ମାଘମାସ ଆସିବ। ଯେଉଁମାନେ ବିବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ମାଘମାସ ବହୁତ ଭଲ ସମୟ। ଉପାଧ୍ୟାୟ କହିଛନ୍ତି ଯଦି ବିବାହ କରିବାକୁ ଇଚ୍ଛା କରୁଥିବା ପ୍ରେମୀ ଯୁଗଳ ଅବା ବିବାହ କରିବାକୁ ଚାହୁଁଥିବା ଯୁବତୀ ଯୁବକ ଦୁର୍ଗା ସପ୍ତଶତୀରେ ଥିବା ଶ୍ଳୋକର ଦୁଇଟି ପଦ ପାଠ କରନ୍ତି, ତେବେ ସେମାନେ ନିଶ୍ଚିତ ଭାବରେ ସେମାନଙ୍କର ମନ ପସନ୍ଦର ଜୀବନ ସାଥୀ ପାଇବେ।
ଜ୍ୟୋତିଷ ଉପାଧ୍ୟାୟଙ୍କ ଅନୁଯାୟୀ, ଯଦି ଯୁବକ ନୂଆ ବର୍ଷରେ ବିବାହ କରିବାକୁ ଇଚ୍ଛା କରନ୍ତି ତେବେ ‘ ପତ୍ନୀ ମନୋରାମାଂ ଦେହି ମନୋବ୍ରୁତାନୁ ସାରିଣୀମ।’ ପାଠ କରିବା ଉଚିତ। ା
ଅପରପକ୍ଷରେ ଅବିବାହିତା ଯୁବତୀମାନେ ‘କାତ୍ୟାୟାନୀ ମହାମାୟେ ମହାଯୋଗିନୀଧିଶ୍ୱରୀ, ନନ୍ଦାଗୋପସୁତମ ଦେବୀପତିମେ ମେ କୁରୁ ତେ ନମଃା’ ପାଠ କରିବା ଦ୍ୱାରା ଉପଯୁକ୍ତ ଜୀବନ ସାଥୀ ପାଇପାରିବେ।