ସାଧାରଣତଃ ଭୋଜିଭାତ, ନାଚଗୀତର ଆସରରେ ସମଗ୍ର ବିଶ୍ୱରେ ଇଂରାଜୀ ନବବର୍ଷକୁ ସ୍ବାଗତ କରାଯାଇଥାଏ। ମାତ୍ର ଦୁନିଆରେ ଏମିତି କିଛି ଦେଶ ବା ସ୍ଥାନ ଅଛି ଯେଉଁଠାରେ ନୂତନବର୍ଷକୁ ଅତି ଅଦ୍ଭୁତ ଢଙ୍ଗରେ ପାଳନ କରାଯାଇଥାଏ। କେଉଁଠି ଚେୟାର, ସୋଫା ଫିଙ୍ଗା ଯାଇଥାଏ ତ ଆଉ କେଉଁଠି ଖାଦ୍ୟ ପ୍ଲେଟ ଭାଙ୍ଗିବା ଏବଂ କାଗଜ ଉଡ଼ାଯିବାର ପରମ୍ପରା ରହିଛି। ଆଉ କେଉଁଠି ବିଭିନ୍ନ ରଙ୍ଗର ଅନ୍ତଃବସ୍ତ୍ର ପିନ୍ଧି ନୂଆବର୍ଷକୁ ସ୍ବାଗତ କରିଥାନ୍ତି ଲୋକେ। ଜାଣନ୍ତୁ ଏପରି ଦେଶ ସମ୍ପର୍କରେ…
ଦକ୍ଷିଣ ଆମେରିକା:
ଏଠାରେ ବିଭିନ୍ନ ରଙ୍ଗର ଅନ୍ତଃବସ୍ତ୍ର ପିନ୍ଧା ଯାଇ ନୂତନବର୍ଷକୁ ସ୍ବାଗତ କରାଯାଇଥାଏ। ମେକ୍ସିକୋ, ବୋଲିଭିଆ ଏବଂ ବ୍ରାଜିଲ ପରି ଦକ୍ଷିଣ ଆମେରିକୀୟ ଦେଶରେ, ନୂତନ ବର୍ଷରେ ଅନ୍ତଃବସ୍ତ୍ରର ରଙ୍ଗ ପରବର୍ତ୍ତୀ ବର୍ଷ କ’ଣ ହେବ ତାହା ସ୍ଥିର କରିଥାଏ ବୋଲି ବିଶ୍ୱାସ ରହିଛି। ଏଥିସହିତ ଭାଗ୍ୟ କିପରି ହେବ ତାହା ଏହି ଅନ୍ତଃବସ୍ତ୍ରରୁ ହିଁ ଲୋକେ ଅନୁମାନ କରିନିଅନ୍ତି। ଯେଉଁମାନେ ପ୍ରେମ ପାଇବାକୁ ଚାହାନ୍ତି ସେମାନେ ନାଲି ରଙ୍ଗର ଅନ୍ତଃବସ୍ତ୍ର ପିନ୍ଧିଥାନ୍ତି। ଯେଉଁମାନେ ଟଙ୍କା ଆବଶ୍ୟକ କରନ୍ତି ସେମାନେ ହଳଦିଆ ରଙ୍ଗର ଏବଂ ଯେଉଁମାନେ ଶାନ୍ତି ଚାହୁଁଛନ୍ତି, ସେମାନେ ଧଳା ରଙ୍ଗର ଅନ୍ତଃବସ୍ତ୍ର ପିନ୍ଧି ନୂଆବର୍ଷ ପାଳନ କରିଥାନ୍ତି।