ନୂଆବର୍ଷରେ ଗ୍ରାହକଙ୍କୁ ଉପହାର: କମିଲା ସିଲିଣ୍ଡର ଦାମ…

ନୂଆବର୍ଷ,୧।୧ : ସରକାରୀ ତୈଳ କମ୍ପାନୀଗୁଡିକ ଗ୍ରାହକଙ୍କୁ ନୂଆବର୍ଷର ଉପହାର ଦେଇଛନ୍ତି। ଇଣ୍ଡିଆନ ଅଏଲ (ଆଇଓସି), ଭରତ ପେଟ୍ରୋଲିୟମ (ବିପିସିଏଲ) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ (ଏଚପିସିଏଲ) ଭଳି ସରକାରୀ ତୈଳ କମ୍ପାନୀ ନୂଆବର୍ଷର ପ୍ରଥମ ଦିନରୁ ହାଲୱାଇ ସିଲିଣ୍ଡର ନାମରେ ଜଣାଶୁଣା ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଏହି କମ୍ପାନୀଗୁଡିକ ମାତ୍ର ଏକ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୂଲ୍ୟ ହ୍ରାସ କରିଛନ୍ତି ।

ଦେଶର ବୃହତ୍ତମ ପେଟ୍ରୋଲିୟମ ମାର୍କେଟିଂ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ୧୯କିଲୋଗ୍ରାମ ବାଣିଜି୍ୟକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧ ଜାନୁୟାରୀ ୨୦୨୪ ରୁ ୨ ଟଙ୍କା ହ୍ରାସ ପାଇଛି। ବର୍ତ୍ତମାନ ଏହି ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୧୭୫୫ ଟଙ୍କାକୁ ହ୍ରାସ ପାଇଛି। ଏହାପୂର୍ବରୁ ଡିସେମ୍ବର ୨୨ରେ ମଧ୍ୟ ଏହି ସିଲିଣ୍ଡରର ମୂଲ୍ୟ ୩୦.୫୦ ଟଙ୍କା ହ୍ରାସ କରାଯାଇଥିଲା।

ସରକାରୀ ତୈଳ କମ୍ପାନୀଗୁଡିକ ଘରୋଇ ଗ୍ୟାସ ସିଲିଣ୍ଡର ଅର୍ଥାତ ୧୪ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଏହାର ମୂଲ୍ୟ ଶେଷ ଅଗଷ୍ଟ ୩୦ ରେ ପରିବର୍ତ୍ତନ କରାଯାଇଥିଲା। ତା’ପରେ କେନ୍ଦ୍ର ସରକାର ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୨୦୦ ଟଙ୍କା ସବସିଡି ଯୋଗ କରିଥିଲେ। ଏହି କାରଣରୁ ବଜାରରେ ଏହାର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରାଯାଇଥିଲା।

ଏକ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବାଣିଜି୍ୟକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି। ବର୍ତ୍ତମାନ ଦେଶର ରାଜଧାନୀ ଦିଲ୍ଲୀରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧.୫ ରୁ ୧୭୫୫.୫୦ଟଙ୍କାକୁ ହ୍ରାସ ପାଇଛି। ତେବେ କୋଲକାତାରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୦ ପଇସା ବୃଦ୍ଧି ପାଇ ୧୮୬୯ ଟଙ୍କା ହୋଇଛି। ମୁମ୍ବାଇରେ ବାଣିଜତ୍ୟକ ଗ୍ୟାସ ସିଲିଣ୍ଡର ୧.୫୦ ଟଙ୍କା ଶସ୍ତା ହୋଇଛି ଏବଂ ଏହାର ମୂଲ୍ୟ ୧୭୦୮.୫୦ ଟଙ୍କାକୁ ଖସି ଆସିଛି। ଚେନ୍ନାଇରେ ଏହାର ମୂଲ୍ୟ ସର୍ବାଧିକ ୪.୫ ଟଙ୍କା ହ୍ରାସ ପାଇଛି ଏବଂ ସେଠାରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୯୨୪.୫୦ ଟଙ୍କା ହୋଇଛି।

 

Share