ନୂଆ ବର୍ଷ ଭାବନା

ଡ. ନାରାୟଣ ବାରିକ୍‌

 

ପୁରାତନ ଗ୍ରୀସ୍‌ର ଆରିଷ୍ଟୋଟଲଙ୍କ ସମେତ ଅନ୍ୟ ଯେଉଁ ସାତ ଜଣ ପଣ୍ଡିତ ଦାର୍ଶନିକ ଥିଲେ, ସେମାନଙ୍କ ମଧ୍ୟରୁ ଥେଲ୍‌ସ ହେଉଛନ୍ତି ଅନ୍ୟତମ। ଥରେ ଥେଲ୍‌ସଙ୍କୁ ପଚରାଯାଇଥିଲା-ମନୁଷ୍ୟ ସମାଜ ପାଇଁ କେଉଁଟି ଜାଣିବା ସବୁଠାରୁ କଷ୍ଟସାଧ୍ୟ ଓ ଗୁରୁତ୍ୱପୂର୍ଣ୍ଣ। ସେ ଏହାର ଉତ୍ତରରେ କହିଥିଲେ- ‘ମନୁଷ୍ୟ ତା’ ନିଜକୁ ଜାଣିବା’। ତା’ ଛଡ଼ା ଏକ ଆନୁଷଙ୍ଗିକ ବିପରୀତଧର୍ମୀ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଥେଲ୍‌ସ ମତପ୍ରଦାନ କରିଥିଲେ ଯେ ‘ଉପଦେଶ ଦେବା ଏକ ସହଜ ଉପାୟ, ମାତ୍ର ଏହା ମନୁଷ୍ୟ ଜୀବନକୁ କମ୍‌ ପ୍ରଭାବିତ କରିଥାଏ’। କିନ୍ତୁ ବିଭିନ୍ନ ପ୍ରକାର ମନୁଷ୍ୟ ଜୀବନଶୈଳୀକୁ ବିଭିନ୍ନ ଦିଗରୁ ବିଚାର କରିଥାନ୍ତି। ଜୀବନର କର୍ମକୁଶଳତାରେ ନିଜକୁ ଚିହ୍ନିବା ବା କୌଣସି ଉପଦେଶର ଗୁରୁତ୍ୱକୁ ଅନୁଭବ କରିବା- ସମୟ ଓ ପରିବେଶ ଉପରେ ନିର୍ଭର କରିଥାଏ। ତେଣୁ ମସ୍ତିସ୍କର ସନ୍ତୁଳନ ଏଥିପାଇଁ ଦାୟୀ। ମନୁଷ୍ୟ ବୟସ ଅନୁକ୍ରମରେ ଯେଉଁ ଅନୁଭୂତି ସଂଗ୍ରହ କରିଥାଏ, ତାହାର ଉପଯୁକ୍ତ ଉପଯୋଗ ତାକୁ ସିଦ୍ଧାନ୍ତ ନିରୂପଣ କରିବାରେ ସହାୟକ ହୋଇଥାଏ। ପ୍ରତ୍ୟେକ ମନୁଷ୍ୟର ଏ ହେଉଛି ଅଙ୍ଗେନିଭା କଥା।
ଚାହୁଁ ଚାହୁଁ ଗୋଟିଏ ବର୍ଷ ପୂରଣ ହୋଇ ଆଉ ଗୋଟିଏ ନୂତନ ବର୍ଷର କମ୍ପିତ ସ୍ପର୍ଶ ମନୁଷ୍ୟକୁ ସ୍ପର୍ଶ କରିବାକୁ ଯାଉଛି। ଆମେ କେତେ ପଢ଼ିଛୁ, ନିଜକୁ କେତେ ଗଢ଼ିଛୁ ପ୍ରଶ୍ନକଲେ ଭିନ୍ନଭିନ୍ନ ଉତ୍ତର ଏହି ସମୟର ନିର୍ଯାସ ସ୍ବରୂପ ମିଳିଥାଏ। ଲାଭ କ୍ଷତିର ହିସାବ ଉପରେ ବିବ୍ରତ ନ ହୋଇ ଆଉ ଏକ ନୂତନ ବର୍ଷରେ ଉତ୍ତମ ଯୋଜନାର ପରିକଳ୍ପନା ଏବେଠୁ କରିବା ସମସ୍ତଙ୍କ ପାଇଁ ଶ୍ରେୟସ୍କର।
ଯଦି କୌଣସି କଥାର ପରିସମାପ୍ତି ନ ଘଟିଛି, ତାହାର ପୂର୍ଣ୍ଣାଙ୍ଗ ପାଇଁ ଲାଗିପଡ଼ିବା, ଅଥବା କୌଣସି କାର୍ଯ୍ୟର ଆରମ୍ଭ ଯଦି ନ ହୋଇ ପାରିଛି, ପୁନରାୟ ଚେଷ୍ଟା କରି ତାକୁ ଫଳପ୍ରଦ କରିବା ପ୍ରତିଟି ବ୍ୟକ୍ତିର ସର୍ବାନ୍ତଃକରଣରେ ପ୍ରଥମ କର୍ତ୍ତବ୍ୟ। ଏହା କଷ୍ଟବୋଧକ ହୋଇପାରେ, ମାତ୍ର ଏହାର ଗୁରୁତ୍ୱ ଯଦି ଅପରିହାର୍ଯ୍ୟ ତାହାର ସମ୍ପାଦନା ଏକାନ୍ତ ଧ୍ୟେୟ। ନୂତନତା ଏକ ଭାବାବେଗ। ଏହାର ରୂପାୟନ କିନ୍ତୁ ଅବଶ୍ୟମ୍ଭାବୀ ହେବା ଉଚିତ।
ଆମକୁ ଯଦି କେହି ଭଲ ପାଉନାହିଁ ଆମେ ତାକୁ ଭଲପାଇବା ଦେବାର ଆବଶ୍ୟକତା ନାହିଁ। ଆମ ହାତରୁ ଗୋଲାପଟିଏ ନେବାକୁ ଯଦି କେହି ଆଗ୍ରହ ପ୍ରକାଶ ନ କରେ ଆମେ ଗୋଲାପର କାହିଁକି ଅବମାନନା କରିବା। ଯଦି ବାରମ୍ବାର ତାଗିଦ୍‌ କଲା ପରେ ଜଣେ ନ ବଦଳୁଛି ତାକୁ ବଦଳାଇବାର ଅଦମ୍ୟ ଚେଷ୍ଟା ଆମେ କାହିଁକି ତା’ ପ୍ରତି ଅବ୍ୟାହତ ରଖିବା। ସୌନ୍ଦର୍ଯ୍ୟର ମହତ୍ତ୍ୱକୁ ଯଦି ଜଣେ ନ ବୁଝୁଛି, ଏତେ ବେଶଭୂଷାରେ ସଜେଇ ହୋଇ କ’ଣ ଦରକାର ତା’ ସାମ୍‌ନାରେ ଉପସ୍ଥିତ ରହିବା। ସବୁ ପ୍ରକାର ପ୍ରଚେଷ୍ଟା ସତ୍ତ୍ୱେ ଆପଣଙ୍କ ସହୃଦୟତାର ଗଭୀରତାକୁ ଅନ୍ୟମାନେ ନ ବୁଝିଲେ ବନ୍ଦ କରନ୍ତୁ ସେମାନଙ୍କ ପ୍ରତି ଆପଣଙ୍କ ସହୃଦୟତା। ମୁଁ ବୁଝୁଛି, ଆପଣଙ୍କର ଇଚ୍ଛା, ଏସବୁ ଦ୍ୱାରା ଅନ୍ୟମାନଙ୍କ ମନରେ ଆପଣ ସନ୍ତୋଷ ଓ ଆନନ୍ଦ ଆଣିବାକୁ ଚାହାନ୍ତି। ମାତ୍ର ଆପଣ ଥରେ ଭାବି ଦେଖନ୍ତୁ, ଏ ପ୍ରକାର ପ୍ରବୃତ୍ତିର ତୁରନ୍ତ ନିୟନ୍ତ୍ରଣ ଦରକାର। ପ୍ରବୃତ୍ତିରୁ ଆପଣ ନିବୃତ୍ତ ରହିବା ଆବଶ୍ୟକ। ନତୁବା ଆପଣଙ୍କର ସମୟ, ଶକ୍ତି, ସାମର୍ଥ୍ୟ ଓ ପବିତ୍ରତା ସମସ୍ତ କିଛି ଅଚିରେ ବିନିଷ୍ଟ ହୋଇଯିବ।
ଆପଣ ମନେରଖନ୍ତୁ। ଆପଣଙ୍କୁ ଅସୁବିଧାରେ ସମସ୍ତେ ସାହାଯ୍ୟ କରିବେ ନାହିଁ କିମ୍ବା ଅନ୍ୟମାନଙ୍କର ଅସୁବିଧା ସମୟରେ ସମସ୍ତେ ଆପଣଙ୍କୁ ଖୋଜିବେ ନାହିଁ ବା ଆପଣଙ୍କର ଆବଶ୍ୟକତାକୁ ଗୁରୁତ୍ୱ ଦେବେନାହିଁ। କେବଳ ଯେଉଁମାନେ ଆପଣଙ୍କର ଅତି ଭଲ ସାଙ୍ଗ, ଯେଉଁମାନଙ୍କ ସହ ଆପଣଙ୍କର ଘନିଷ୍ଠତା ଅଛି ଏବଂ ଯେଉଁମାନେ ଆପଣଙ୍କୁ ଭଲପାଆନ୍ତି, ସେହିମାନେ ହିଁ ଆପଣଙ୍କର ଅସୁବିଧା ସମୟରେ ସାହାଯ୍ୟର ହାତ ବଢ଼ାଇବେ। ଏଠାରେ କେତେକ ପ୍ରିୟ ବନ୍ଧୁଙ୍କର ସ୍ବତନ୍ତ୍ରତାକୁ ଆପଣ ଅନୁଭବ କରିପାରିବେ ଓ ସେମାନେ ଆପଣଙ୍କ ପାଇଁ କେତେ ମୂଲ୍ୟବାନ ଜାଣିପାରିବେ। ଆପଣ କିନ୍ତୁ ଅନେକ ସମୟରେ ଜଣକ ସହ ବନ୍ଧୁତା ସ୍ଥାପନ କରିବାକୁ ଏତେ ଉଦ୍‌ବିଗ୍ନମନା ହୋଇପଡ଼ନ୍ତି ଯେ ସେ ଆପଣଙ୍କୁ ଭଲ ପାଆନ୍ତି ନାହିଁ। ଅଯଥାରେ ତାଙ୍କ ସହ ଉପରେ ପଡ଼ି କଥା ହୁଅନ୍ତି, ଯେଉଁଟାକୁ ସେ ପସନ୍ଦ କରନ୍ତି ନାହିଁ କିମ୍ବା ଆପଣଙ୍କୁ ଆଡ଼ ଆଖିରେ ଚାହାନ୍ତି ନାହିଁ। ଆପଣ ଅପେକ୍ଷା ରଖନ୍ତି, କେବେ ନା କେବେ ସେ ଆପଣଙ୍କୁ ବୁଝିବେ। ମାତ୍ର ଏହା ଆପଣଙ୍କର ଭ୍ରାନ୍ତ ଧାରଣା। ସେ ଆପଣଙ୍କ ସହ କେବେ ବି ସମ୍ପର୍କ ସ୍ଥାପନ କରିବେ ନାହିଁ। ଏ ପରିପ୍ରେକ୍ଷୀରେ ଆପଣଙ୍କର ଧୈର୍ଯ୍ୟ ଓ ଶକ୍ତିର ଅପଚୟ କାହିଁକି କରୁଛନ୍ତି। ଆପଣଙ୍କୁ କିନ୍ତୁ ଅନ୍ୟପକ୍ଷରେ ଅନେକ ସାଙ୍ଗ ଆପଣଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁଛନ୍ତି, ଯାହାଙ୍କଠାରୁ ଆପଣ ଦୂରେଇ ଯାଉଛନ୍ତି। ଏହାଦ୍ୱାରା ଆପଣ ଜାଣିବା ଦରକାର, ଆପଣ ସାମାଜିକ ପରିବେଶରୁ କ୍ରମଶଃ ଅପସରି ଆସୁଛନ୍ତି। ପରବର୍ତ୍ତୀ ସମୟରେ ଏହା ଆପଣଙ୍କ ମନରେ କ୍ଳାନ୍ତି ଓ ଅବସାଦ ଭରିଦେବ। ଦେଖନ୍ତୁ ନୂତନ ବର୍ଷ ଆପଣଙ୍କ ପାଇଁ ନୂତନ ସୁଯୋଗ ଆଣିଦେଇଛି। ଆପଣ ସେହିମାନଙ୍କ ସହ ସମ୍ପର୍କକୁ ଦୃଢ଼ କରନ୍ତୁ; ଯେଉଁମାନେ ଆପଣଙ୍କୁ ମନଭରି ଭଲ ପାଉଛନ୍ତି, ଆପଣଙ୍କ ସହ ସମ୍ପର୍କ ରଖିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ଏବଂ ଆପଣଙ୍କର କଥାକୁ ଆଦର ଓ ଶ୍ରଦ୍ଧାର ସହ ସମ୍ମାନ କରୁଛନ୍ତି।
ଯାହା ସହ ସମ୍ପର୍କ ସ୍ଥାପନ କରୁଛନ୍ତି, ତାଙ୍କ ସମ୍ପର୍କରେ ଗଭୀର ଭାବେ ଚିନ୍ତା କରି, ତାଙ୍କ ବ୍ୟକ୍ତିତ୍ୱକୁ ତର୍ଜମା କରି, ତାଙ୍କ ସହ ସମ୍ପର୍କ ଯୋଡ଼ିବାକୁ ସହଯୋଗର ହାତ ବଢ଼ାନ୍ତୁ। ଯଦି ସାମୟିକ ମୋହର ବଶବର୍ତ୍ତୀ ହୋଇ ସଂଯୋଗ ସ୍ଥାପନ କରନ୍ତି, ପରେ ପସ୍ତେଇବେ। ଉଦାହରଣ ସ୍ବରୂପ, ଗୋଟାଏ କାଚ ଗ୍ଲାସ୍‌ରେ ଅଳ୍ପ ପାଣି ନେଇ, ଆପଣ ଉପରକୁ ଟେକି, ଏହା ବହୁତ ହାଲୁକା ବୋଲି ମନେ କରୁଛନ୍ତି। ମାତ୍ର ସେହିପରି ଯଦି ଅଧଘଣ୍ଟାଏ ସେହି ଗ୍ଲାସ୍‌କୁ ସେମିତି ଧରି ରଖିବେ, ହାତରେ ଯନ୍ତ୍ରଣା ଅନୁଭବ କରିବେ। ତେଣୁ ଏଥିରୁ ଜଣାପଡ଼ୁଛି ଯେ, ଗ୍ଲାସ୍‌ର ସମ୍ପୂର୍ଣ୍ଣ ଓଜନ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। କିନ୍ତୁ ଏହାକୁ ଆପଣ କେତେ ସମୟ ଅକ୍ଳେଶରେ ଧରି ରଖିପାରିବେ, ତାହା ସମୟ ଉପରେ ନିର୍ଭର କରେ। ଯଦି ଅଳ୍ପ ପାଣିଥିବା ସେହି ଗ୍ଲାସକୁ ଘଣ୍ଟା ଘଣ୍ଟା ଧରି ଆପଣ ଧରି ରଖନ୍ତି, ତାହା ବାହୁକୁ ଅସହ୍ୟ ଯନ୍ତ୍ରଣା ଦେବ ଏବଂ ଯଦି ଗୋଟିଏ ଦିନ ଧରି ରଖନ୍ତି, ତେବେ ଏହା ଆପଣଙ୍କୁ ଏପରି ଯନ୍ତ୍ରଣାସିକ୍ତ କରିବ ଯେ ଆପଣ ପକ୍ଷାଘାତ ପରି ଅନୁଭବ କରି ଗ୍ଲାସଟିକୁ ଛାଡ଼ିଦେବେ। ଏଠାରେ ପ୍ରତିଟି କ୍ଷେତ୍ରରେ ଗ୍ଲାସ୍‌ର ଓଜନର କିଛି ପରିବର୍ତ୍ତନ ହୋଇନାହିଁ, ବରଂ ଯେତେ ସମୟ ଅଧିକ ଧରି ରଖିଛନ୍ତି, ସେହି ଅନୁସାରେ ଆପଣଙ୍କୁ ତାହା ଅଧିକ ଭାରିଲାଗିଛି। ତେଣୁ ବିଗତ ବର୍ଷର ଯେଉଁ ଚାପ, ଯେଉଁ ଚିନ୍ତା ମନରେ ଅଛି ତାକୁ ଅଳ୍ପ ସମୟ ପାଇଁ ଭାବିଲେ କିଛି ହେବନାହିଁ। କିନ୍ତୁ ଟିକିଏ ଅଧିକ ସମୟ ହେଲେ ମନରେ ଯନ୍ତ୍ରଣା ଆସେ। ଯଦି ଦିନ ଦିନ ଧରି ଚିନ୍ତା କରିବେ ଆପଣ ଅସ୍ଥିର ଓ ବିଭ୍ରାନ୍ତ ହୋଇପଡ଼ିବେ। ତେଣୁ ନୂଆ ବର୍ଷରେ ସେ ସବୁ ଚିନ୍ତା ଛାଡ଼ି ନୂଆ ଆଶାରେ ମନକୁ ଆମୋଦିତ ଓ ଉତ୍‌ଫୁଲ୍ଲିତ କରନ୍ତୁ।
ମୋ: ୯୩୪୮୯୪୮୫୪୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri