ନୂଆବର୍ଷ ପାର୍ଟିକୁ ମନା: ୧୪୪ ଧାରା ସହିତ ନାଇଟ୍‌ କର୍ଫ୍ୟୁ ଜାରି

ନୂଆଦିଲ୍ଲୀ,୩୧।୧୨: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତରେ ନୂଆବର୍ଷ ପାର୍ଟିକୁ ମନା କରାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ସ୍ଥିତି ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦେଶରେ କରୋନାର ନୂଆ ଷ୍ଟ୍ରେନ୍‌ ସଂକ୍ରମଣ ବ୍ୟାପିବା ଆରମ୍ଭ କରିଛି। ଏନେଇ ସୁରକ୍ଷାକୁ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ୧୪୪ ଧାରା ଜାରି କରାଯାଇଛି। ସେହିପରି ଦିଲ୍ଲୀରେ ଦୁଇ ଦିନିଆ ୭ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି। ଉତ୍ତରପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, କର୍ନାଟକ, ବିହାର, ମଧ୍ୟପ୍ରଦେଶ ଆଦି ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି। ସର୍ବସାଧାରଣ ସ୍ଥଳରେ ୫ରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ ବୋଲି ସମ୍ପୃକ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଆଇନର ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।

Share