ନ୍ୟୁୟର୍କରେ ଟିକଟକ ଉପରେ ପ୍ରତିବନ୍ଧକ…

ଓ୍ବାଶିଂଟନ,୧୭।୮ : ସୁରକ୍ଷା ଚିନ୍ତାକୁ ଆଧାର କରି ନ୍ୟୁୟର୍କ ସିଟିରେ ଟିକଟକ ଉପରେ ସରକାରଙ୍କ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି। ମେୟର ଏରିକ ଆଡାମସଙ୍କ ମୁଖପାତ୍ର ଜୋନାସ ଆଲେନ ଏକ ବିବୃତ୍ତିରେ କହିଛନ୍ତି ସହରର ସାଇବର କମାଣ୍ଡ ସ୍ଥିର କରିଛି ଏହି ଆପ ସହରର ଟେକ୍ନୋଲୋଜି ନେଟୱାର୍କ ପାଇଁ ସୁରକ୍ଷା ବିପଦ ସୃଷ୍ଟି କରୁଛି। ସିଟି ଏଜେନ୍ସିଗୁଡିକ ନିଶ୍ଚିତ ଭାବରେ ୩୦ ଦିନ ମଧ୍ୟରେ ଆପ ଅପସାରଣ କରିବେ ଏବଂ କର୍ମଚାରୀମାନେ ଟିକଟକ ଏବଂ ଏହାର ୱେବସାଇଟ ସହରର ମାଲିକାନା ଉପକରଣ ଏବଂ ନେଟୱାର୍କରୁ ହଟାଯିବ।

ସମ୍ବେଦନଦଶୀଳ ଡାଟାକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏଭଳି କରାଯାଇଥିବା କୁହାଯାଉଛି। ଏହି ପ୍ରତିବନ୍ଧକ ମୁଖ୍ୟତଃ ସରକାରୀ ଉପକରଣରେ ସୀମିତ, ଯଦିଓ ମୋଣ୍ଟାନା ନିକଟରେ ଟିକଟକକୁ ରାଜ୍ୟବ୍ୟାପୀ ନିଷିଦ୍ଧ କରିବାକୁ ଏକ ବିଲ ପାସ କରିଛି। ଏହି ପ୍ରତିବନ୍ଧକ ଉପରେ ଟିକଟକ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛି।

ଏଫବିଆଇ ନିର୍ଦ୍ଦେଶକ ଖ୍ରୀଷ୍ଟୋଫର ରାଇ ଏବଂ ସିଆଇଏ ନିର୍ଦ୍ଦେଶକ ୱିଲିୟମ ବର୍ନସଙ୍କ ସମେତ ଆମେରିକାର ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି ଟିକଟକ ଏକ ବିପଦ ସୃଷ୍ଟି କରୁଛି। ତେଣୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Share