ଅନଲାଇନ ଅର୍ଡର ଦେବାପରେ ଲୋକମାନେ ଉତ୍ସାହର ସହିତ ଡେଲିଭରିକୁ ଅପେକ୍ଷା କରିଥାନ୍ତି। ଯଦି ସେ ଦେଖିଥିବା ତାଙ୍କ ମନ ପସନ୍ଦ ଜିନିଷ ମିଳେ ନାହିଁ, ତେବେ ମନରେ କ୍ରେଧ ଆସିବା ନିଶ୍ଚିତ। ନ୍ୟୁୟର୍କରେ ଜଣେ ବ୍ୟକ୍ତି କ୍ଷେତ୍ରରେ ଏହା ହିଁ ଘଟିଛି। ବ୍ୟକ୍ତି ଜଣକ ନାଇକ୍ ପୋଷାକ ଅର୍ଡର କରିଥିଲେ। ଡେଲିଭରି ହେବାପରେ ଡ୍ରେସ୍ ଖୋଲିବାରୁ ଅନେକ କୀଟପତଙ୍ଗ ବାହାରି ଆସିଲା। ତାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ। ବେନ ସ୍ମିଥ ନାମକ ଏହି ବ୍ୟକ୍ତି ଜଣଙ୍କ ସୋସିଆଲ ମିଡିଆରେ ଆଶ୍ଚର୍ଯ୍ୟଜନକ ଅନୁଭୂତି ବାଣ୍ଟିଥିଲେ। ସେ ଏହାର ଫଟୋ ଏବଂ ଭିଡିଓ ଶେୟାର କରିଥିଲେ। ସ୍ମିଥ ପୋଷ୍ଟ କରି ଲେଖିଛନ୍ତି, ‘ମୁଁ ନାଇକରୁ କିଛି ପୋଷାକ ଅର୍ଡର କରିଥିଲି ଏବଂ ଜିନିଷ ମିଳିବା ପରେ ଯାହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଥିଲି, ଏହା ଭିତରେ ଏକ ୨୫ରୁ ୩୦ରୁ ଅଧିକ କୀଟ ବୁଲୁଥିଲେ, ହଁ, ଭୟଙ୍କର କୀଟ।’ ସେ କହିଛନ୍ତି ଯେ ପ୍ୟାକେଟ୍ ଭିତରେ ଜୀବନ୍ତ କୀଟ ଥିଲେ। ସ୍ମିଥ୍ ଅଭିଯୋଗ କରିବା ପରେ କମ୍ପାନୀ ପକ୍ଷରୁ ତାଙ୍କ କ୍ଷମା ମାଗି ନୂଆ ପୋଷାକ ପଠାଇଥିଲେ।