ନ୍ୟୁୟର୍କରେ ମିଳିବ ଦୀପାବଳି ଛୁଟି

ଓ୍ବାଶିଂଟନ,୨୭।୬: ଆମେରିକାର ନ୍ୟୁୟର୍କରେ ରହୁଥିବା ବିଦେଶୀ ଭାରତୀୟଙ୍କ ସଂସ୍କୃତିକୁ ସମ୍ମାନ ଦେଇ ଏଠାରେ ଥିବା ପ୍ରଶାସନ ଦୀପାବଳିକୁ ବିଦ୍ୟାଳୟଗୁଡ଼ିକ ପାଇଁ ସାଧାରଣ ଛୁଟି ତାଲିକାରେ ଅନ୍ତର୍ଭୁକ୍ତ କରିଛି। ସହରର ମେୟର ଏରିକ ଆଡମ୍ସ ସୋମବାର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସହରରେ ଦକ୍ଷିଣ ଏସୀୟ ଏବଂ ଭାରତୀୟ କାରିବିଆନ ସମ୍ପ୍ରଦାୟର ଆକାରକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଚଳିତ ବର୍ଷ ଦୀପାବଳି ରବିବାର ଦିନ ପଡୁଛି।
ନ୍ୟୁୟର୍କ ମେୟର ଏରିକ ଆଡମ୍ସ ସୋମବାର ଛୁଟିଦିନ ବିଷୟରେ ସୂଚନା ଦେଇଛନ୍ତି। ଏରିକ କହିଛନ୍ତି ଯେ ବର୍ତ୍ତମାନଠାରୁ ଆଲୋକର ପର୍ବ ଦୀପାବଳିରେ ନ୍ୟୁୟର୍କ ସିଟି ସ୍କୁଲଗୁଡ଼ିକରେ ଛୁଟିଦିନ ହେବ। ବିଧାନସଭା ସଦସ୍ୟ ଜେନିଫର ରାଜକୁମାରଙ୍କ ସମେତ ଅନ୍ୟ ସମ୍ପ୍ରଦାୟର ନେତାମାନେ ଦୀପାବଳି ଛୁଟିଦିନ ଘେଶଷଣା କରିବା ନିଷ୍ପତ୍ତି ନେବାରେ ମୋତେ ସାହାଯ୍ୟ କରିଥିଲେ। ଯଦିଓ, ଏହା କହିବା ଟିକେ ଶୀଘ୍ର ତଥାପି ଶୁଭ ଦୀପାବଳି।

Share