ଦୁର୍ଗାପୂଜାରେ ସାମିଲ ହେଲେ ନ୍ୟୁୟର୍କ ମେୟର ଏରିକ ଆଦମ୍ସ, କହିଲେ ଏହା ସମ୍ମାନର କଥା

ନ୍ୟୁୟର୍କ,୪ ।୧: ଭାରତ ସମେତ ସାରା ବିଶ୍ୱରେ ଦୁର୍ଗା ପୂଜା ପାଳନ କରାଯାଉଛି । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଥିମକୁ ନେଇ ପେଣ୍ଡାଲ ଲାଗିଛି । ଇତିମଧ୍ୟରେ ନ୍ୟୁୟର୍କ ସିଟିର ମେୟର ଏରିକ ଆଦମ୍ସ ଦୁର୍ଗାପୂଜା ସମାରୋହରେ ସାମିଲ ହୋଇଛନ୍ତି । ଏହି ସମୟରେ ସେ ଦୁର୍ଗାପୂଜାର ବାର୍ତ୍ତା ‘ଅସତ୍ୟ ଉପରେ ସତ୍ୟର ଜୟ’କୁ ନେଇ କହିଛନ୍ତି ବର୍ତ୍ତମାନର ଏହି ଚ୍ୟାଲେଞ୍ଜିଂ ଟାଇମରେ ସମସ୍ତେ ଏହାର ପ୍ରଶଂସା କରିବା ଉଚିତ ।
ନ୍ୟୁୟର୍କ ସିଟିର ମେୟର ଏରିକ ଆଦମ୍ସ ଟୁଇଟ କରି କହିଛନ୍ତି, ଦୁର୍ଗାପୂଜା ଅସତ୍ୟ ଉପରେ ସତ୍ୟର ଜୟର ଉତ୍ସବ । ଏହା ଏମିତି ଜିନିଷ ଯାହାକୁ ଆମେ ସମସ୍ତେ ଏହି ଘଡିସନ୍ଧି ମୁହୂର୍ତ୍ତରେ ଗୁରୁତ୍ୱ ଦେବା ଉଚିତ । କ୍ୱିନ୍ସରେ ଆଜି ରାତିରେ ସହରର ବେଙ୍ଗଲି ସମ୍ପ୍ରଦାୟଙ୍କ ମଧ୍ୟରେ ଦୁର୍ଗାପୂଜାରେ ସାମିଲ ହେବା ଖୁସି ଓ ସମ୍ମାନର କଥା ।
ସୂଚନାଯୋଗ୍ୟ, ଏରିକ ଗତ ମାସରେ ଉତ୍ତର ଆମେରିକା ହିନ୍ଦୁ ମନ୍ଦିର ସୋସାଇଟିର ଗଣେଶ ରଥଯାତ୍ରା ସମାରୋହରେ ବି ଭାଗ ନେଇଥିଲେ । ସେତେବେଳେ ସେ କହିଥିଲେ ବେଶ ଭଲ ଅନୁଭବ ।

Share