ଦୀପାବଳିରେ ନ୍ୟୁୟର୍କ ସ୍କୁଲରେ ଛୁଟି: ରାଜ୍ୟପାଳ ଆଇନରେ କଲେ ସ୍ବାକ୍ଷର…

ନ୍ୟୁୟର୍କ,୧୫।୧୧ : ଏକ ଐତିହାସିକ ପଦକ୍ଷେପରେ ନ୍ୟୁୟର୍କ ରାଜ୍ୟପାଳ କ୍ୟାଥି ହୋଚୁଲ ସରକାରୀ ସ୍କୁଲଗୁଡ଼ିକୁ ଦୀପାବଳି ଛୁଟି ପ୍ରଦାନ କରିବାକୁ ଏକ ଆଇନରେ ସ୍ବାକ୍ଷର କରିଛନ୍ତି। ହୋଚୁଲ କହିଛନ୍ତି, ନ୍ୟୁୟର୍କ ସହର ବିଭିନ୍ନ ଧର୍ମ ଏବଂ ସଂସ୍କୃତିରେ ସମୃଦ୍ଧ, ଏବଂ ଆମେ ସ୍କୁଲ କ୍ୟାଲେଣ୍ଡରରେ ଏହି ବିବିଧତାକୁ ଚିହ୍ନିବା ଏବଂ ପାଳନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛୁ।

ହୋଚୁଲଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଦୀପାବଳିରେ ନ୍ୟୁୟର୍କ ସହରର ସମସ୍ତ ସରକାରୀ ସ୍କୁଲ ପ୍ରତିବର୍ଷ ବନ୍ଦ ହେବା ଆବଶ୍ୟକ। ଦୀପାବଳିରେ ନ୍ୟୁୟର୍କ ସିଟି ସ୍କୁଲ ଛୁଟିଦିନ ଭାବରେ ନାମିତ କରୁଥିବା ଆଇନ ହେଉଛି ଆମ ପିଲାମାନଙ୍କ ପାଇଁ ସାରା ବିଶ୍ୱର ପରମ୍ପରା ବିଷୟରେ ଜାଣିବା ଏବଂ ପାଳନ କରିବା ପାଇଁ ଏକ ସୁଯୋଗ।

ଦୀପାବଳି ପାଳନ କରିବା ପାଇଁ ଫ୍ଲୁସିଂରେ ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସୋସାଇଟିରେ ଏକ ସ୍ବତନ୍ତ୍ର ରିସେପ୍ସନ ସମୟରେ ହୋଚୁଲ ଏହି ନିୟମ ସ୍ବାକ୍ଷର କରିଥିଲେ। ସୋସିଆଲ ମିଡିଆ ଏକ୍ସ ରେ ଏକ ପୋଷ୍ଟରେ ହୋଚୁଲ କହିଛନ୍ତି ସେ ବିଶ୍ୱାସ କରନ୍ତି ଆଲୋକର ଉତ୍ସବ ଅନ୍ଧକାରରେ ପାଳନ କରାଯିବା ଉଚିତ ନୁହେଁ।

ସେଥିପାଇଁ ଆଜି ରାତିରେ, ଆମେ ଲୋକଙ୍କୁ ଏକାଠି କରିବା ପାଇଁ ଏହି ପଦକ୍ଷେପ ନେଇଛୁ। ଦୀପାବଳି ପାଳନ କରିବାକୁ ଆମେ ଏକାଠି ହେବାବେଳେ, ଦୀପାବଳତିକୁ ନ୍ୟୁୟର୍କ ସହରର ସରକାରୀ ସ୍କୁଲରେ ଛୁଟିରେ ପରିଣତ କରିବା ପାଇଁଐତିହାସିକ ନିୟମରେ ସ୍ବାକ୍ଷର କରି ମୁଁ ଗର୍ବିତ ।

Share