ନ୍ୟୁୟର୍କ ଟାଇମ୍ସର ସମ୍ପାଦକ ବ୍ଲାକ ହାଉନଶେଲଙ୍କ ପରଲୋକ

ନ୍ୟୁୟର୍କ,୧୨ ।୧: ‘ ଦ ନ୍ୟୁୟର୍କ ଟାଇମ୍ସର ‘ଅନ ପଲିଟିକ୍ସ’ ସମାଚାର ପତ୍ରର ସମ୍ପାଦକ ତଥା ପୂର୍ବରେ ‘ପଲିଟିକୋ’ରେ କିଛି ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭଳିଥିବା ଜଣାଶୁଣା ଜର୍ନାଲିଷ୍ଟ ବ୍ଲାକ ହାଉନଶେଲଙ୍କର ୱାଶିଂଟନରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୪ ବର୍ଷ ବୟସ ହୋଇଥିଲା । କାର୍ଯ୍ୟକାରୀ ସମ୍ପାଦକ ଜୋ କାହ୍ନା ଓ ପ୍ରବନ୍ଧ ସମ୍ପାଦକ କ୍ୟାରୋଲିନ ରେୟାନ କର୍ମଚାରୀଙ୍କ ପାଇଁ ଜାରି କରଯାଇଥିବା ଏକ ବାର୍ତ୍ତାରେ କହିଛନ୍ତି, ହାଇନଶେଲ ଜଣେ ସମର୍ପିତ ପତ୍ରକାର ଥିଲେ, ଯେ କି ଖୁବ ଶୀଘ୍ର ନିଜକୁ ଆମର ପ୍ରମୁଖ ରାଜାନୌତିକ ସମାଚାର ପତ୍ରର ଶୀର୍ଷ ଲେଖକ ଓ ଦେଶର ରାଜନୈତିକ ପରିଦୃଶ୍ୟର ଏକ ପ୍ରଭାବଶାଳୀ ପର୍ଯ୍ୟବେକ୍ଷକ ରୂପେ ସ୍ଥାପିତ ପରିପାରିଥିଲେ ।
ସେ ବ୍ୟସ୍ତ ନିର୍ବାଚନ ସମୟରେ ରାଜନୈତିକ ଘଟଣାକ୍ରମର ରିପୋର୍ଟିଂରେ ଏକ ଅନିର୍ବାର୍ଯ୍ୟ ଓ ଅର୍ନ୍ତଦୃଷ୍ଟିରେ ଭରପୁର ସ୍ୱର ହୋଇ ବାହାରିଥିଲେ । ବ୍ଲକ ତାଙ୍କ ପରିବାର ପ୍ରତି ସମର୍ପିତ ଥିଲେ ଓ ୱାଶିଂଟନରେ ଆମ ଟିମର କେତେଜଣ ସଦସ୍ୟଙ୍କ ଭଲ ବନ୍ଧୁଥିଲେ ।

Share