ମନୁଷ୍ୟ ଶରୀରରେ ଘୁଷୁରି ହାର୍ଟ

ନ୍ୟୁୟର୍କ,୧୩।୭: ମାନବ ଅଙ୍ଗର ଅଭାବକୁ ଦୂର କରିବା ପାଇଁ ଘୁଷୁରି ଅଙ୍ଗ ବ୍ୟବହାର କରିବାର ଲକ୍ଷ୍ୟ ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି ନ୍ୟୁୟର୍କ ୟୁନିଭର୍ସିଟି। ନ୍ୟୁୟର୍କ ୟୁନିଭର୍ସିଟିର ସର୍ଜନମାନେ ଜେନେଟିକ ପ୍ରଜନିତ ଘୁଷୁରୀର ହୃଦୟକୁ ଦୁଇ ଜଣ ବ୍ରେନ୍‌ ଡେଡ୍‌ ହୋଇଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସଫଳତାର ସହ ଟ୍ରାନ୍ସପ୍ଲାଣ୍ଟ କରିଛନ୍ତି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ନ୍ୟୁୟର୍କ ୟୁନିଭର୍ସିଟିର ଜଣେ ସର୍ଜନ ସୂଚନା ଦେଇଛନ୍ତି। ଜୁନ ଓ ଜୁଲାଇରେ ୩ଦିନିଆ ପରୀକ୍ଷଣ ସମୟରେ ଏହି ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା। ଏହି ସମୟରେ ଘୁଷୁରୀର ହାର୍ଟ ସାଧାରଣ ଭାବେ କାର୍ଯ୍ୟ କରୁଥିଲା। ତେବେ ତାଙ୍କର ସଞ୍ଚାଳନରେ ଏବେ କୌଣସି ପ୍ରକାରର ସମସ୍ୟା ନାହିଁ ବୋଲି ସେ କହିଛନ୍ତି। ଅନ୍ୟପଟେ ଦୁଇ ମାସ ପୂର୍ବରୁ ମାର୍ଚ୍ଚରେ ଜଣେ ୫୭ବର୍ଷ ବୟସ୍କା ବ୍ୟକ୍ତିଙ୍କ ନିକଟରେ ସମାନ ପ୍ରକାରର ଜେନେଟିକାଲ ଭାବେ ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟରେ ଘୁଷୁରୀର ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା। କିନ୍ତୁ ପ୍ରତିରୋପଣ ପରେ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ତେବେ ନୂତନ ହାର୍ଟ ପ୍ରତିରୋପଣ କରିବାରେ ବିଫଳ ହେବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Share