Categories: ଖେଳ

ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ମ୍ୟାଚ ବାତିଲ

ମେଲବୋର୍ନ, ୨୭ା୧୦ (ପି.ଟି.): ଲଗାଣବର୍ଷା ଯୋଗୁ ଏଠାରେ ବୁଧବାର ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ ବାତିଲ କରିଦିଆଯାଇଛି। ଗ୍ରୁପ୍‌-୧ର ଏହି ସୁପର ୧୨ ମ୍ୟାଚ ଅପରାହ୍ନ ୧ଟା ୩୦ରେ ଖେଳାଯିବା କାର୍ଯ୍ୟକ୍ରମ ରହିଥିଲା।

ମାତ୍ର ବର୍ଷା ଯୋଗୁ ଖେଳାଳିମାନଙ୍କୁ ଇନ୍‌ଡୋରରେ ରହିବାକୁ ହୋଇଥିଲା। ଅମ୍ପାୟର ମ୍ୟାଚ୍‌କୁ ବାତିଲ ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ। ଫଳରେ ଉଭୟ ଦଳ ପଏଣ୍ଟ ବାଣ୍ଟି ନେଇଛନ୍ତି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ପୂର୍ବରୁ ବର୍ଷାରେ ବାଧାପ୍ରାପ୍ତ ଓପନିଂ ଗେମ୍‌ରେ ଆୟର୍ଲାଣ୍ଡ ଡକ୍‌ଓ୍ବର୍ଥ-ଲିଓ୍ବିସ ପଦ୍ଧତିରେ ଇଂଲଣ୍ଡ ବିପକ୍ଷରେ ୫ରନରେ ଚମକପ୍ରଦ ବିଜୟ ହାସଲ କରି ବିପର୍ଯ୍ୟୟ ସୃଷ୍ଟି କରିଛି।

Share