ଖ୍ରୀଷ୍ଟଚର୍ଚ୍ଚ,୨୪।୧: ଖ୍ରୀଷ୍ଟଚର୍ଚ୍ଚର ହେଗେଲ ଓଭାଲରେ ଟିମ କ୍ରିକେଟ ଏବଂ ଟିମ ରଗବୀ ମଧ୍ୟରେ ଏକ ରୋମାଞ୍ଚକର କ୍ରିକେଟ ମ୍ୟାଚ ଖେଳାଯାଇଥିଲା। ଟିମ କ୍ରିକେଟ ଷ୍ଟିଫେନ ଫ୍ଲେମିଂଙ୍କ ନେତୃତ୍ୱରେ ଟିମ ରଗବୀ ସାର୍ ଗ୍ରାହାମ ହେନେରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଉଭୟଙ୍କ ମଧ୍ୟରେ ଏକ ହାଇ ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଡାନିଏଲ ଭିଟୋରୀଙ୍କ ଶେଷ ଓଭରରେ ମ୍ୟାଜିକ ବୋଲିଂ ଆଧାରରେ ଟିମ୍ କ୍ରିକେଟ ୨ ରନ ବ୍ୟବଧାନରେ ମ୍ୟାଚ ଜିତିଥିଲା। ତେବେ ଏହି ମ୍ୟାଚରେ ଆଉ ଏକ ମଜାଦାର ବିଷୟ ଦେଖିବାକୁ ମିଳିଥିଲା, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।ଜଣାଶୁଣା ଅମ୍ପାୟାର ବିଲି ବାଓଡେନଙ୍କ ସହ ନ୍ୟୁଜିଲ୍ୟାଣ୍ଡର ବିସ୍ଫୋରକ ଅଲରାଉଣ୍ଡର ଜିମି ନିଶାମ ଏହି ମ୍ୟାଚରେ ଅମ୍ପାୟାର କରୁତବବା ଦେଖିବାକୁ ମିଳିଥିଲା। ଅମ୍ପାୟାରିଂ ଦୁନିଆରେ ଏହା ଜିମି ନିଶାମଙ୍କର ପ୍ରଥମ ଅନୁଭୂତି ଥିଲା ଏବଂ ତାଙ୍କର ପ୍ରଥମ ଅଭିଜ୍ଞତାରେ ନିଶାମ ମଧ୍ୟ ତାଙ୍କ ପ୍ରତିଭାକୁ ଦେଖାଇଥିଲେ। ପଡିଆରେ ବିସ୍ଫୋକରକ ଅନ୍ଦାଜରେ ବ୍ୟାଟିଂ କରୁଥିବା ଜିମିଙ୍କ ଗତ ସପ୍ତାହରେ ଆଙ୍ଗୁଠି ଅସ୍ତ୍ରୋପଚାର କରାଯାଇଛି।