Categories: ଖେଳ

ବ୍ୟାଟର ହେନ୍‌ରୀ ନିକୋଲ୍ସଙ୍କ ନାଁରେ ବଲ୍‌ ଟ୍ୟାମ୍ପରିଂ ଅଭିଯୋଗ

ଓ୍ବେଲିଂଟନ,୧୦ା୧୧: ଟେଷ୍ଟ ବ୍ୟାଟର ହେନ୍‌ରୀ ନିକୋଲ୍ସ୍ସ ନ୍ୟୁଜିଲାଣ୍ଡ କ୍ରିକେଟ ଆଚରଣବିଧି ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଛି। ଚଳିତ ସପ୍ତାହରେ ଏକ ଘରୋଇ ପ୍ରଥମ ଶ୍ରେଣୀ ମ୍ୟାଚରେ ଅମ୍ପାୟର ତାଙ୍କ ବିରୋଧରେ ବଲ୍‌ ଟ୍ୟାମ୍ପରିଂ କରିଥିବା ଅଭିଯୋଗ ଆଣିଛନ୍ତି।

ନିକୋଲ୍ସଙ୍କ କାଣ୍ଟରବୁରି ପ୍ରଦେଶ ଏବଂ ଅକ୍‌ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ସେ ହେଲମେଟରେ ବଲ୍‌କୁ ଘର୍ଷଣ କରୁଥିବା ଟେଲିଭିଜନ ଫୁଟେଜରେ ଦେଖିବାକୁ ମିଳିଥିଲା। ନ୍ୟୁଜିଲାଣ୍ଡ କ୍ରିକେଟ ଏହି ମାମଲାର ବିଚାର ପାଇଁ ପ୍ରଥମଶ୍ରେଣୀ କ୍ରିକେଟର କମିଶନରଙ୍କ ନିକଟକୁ ପଠାଇ ଦେଇଛି। ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇ ନାହିଁ।

Share