Categories: ଖେଳ

ନ୍ୟୁଜିଲାଣ୍ଡ ଚିଲିକୁ ୩-୧ରେ ହରାଇଲା…

ରାଉରକେଲା,୧୪।୧: ହକି ବିଶ୍ୱକପ ୨୦୨୩ ର ପୁଲ ସି ମ୍ୟାଚ ରେ ନ୍ୟୁଜିଲାଣ୍ଡ ଚିଲିକୁ ୩-୧ରେ ପରାସ୍ତ କରିଛି। ଓଡ଼ିଶାର ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡ଼ିୟମରେ ଶନିବାର ଖେଳାଯାଇଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ପାଇଁ ସାମ ହେହା ଦୁଇଟି ଗୋଲ ସ୍କୋର କରିଥିଲେ। ମ୍ୟାଚର ପ୍ରଥମ କ୍ୱାର୍ଟରରୁ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ଖେଳାଳିଙ୍କ ଉପରେ ଚାପ ସୃଷ୍ଟି କରିଥିଲା। ପ୍ରଥମ କ୍ୱାର୍ଟରରେ ଦଳ ଦୁଇଟି ଗୋଲ ସ୍କୋର କରିଥିଲା।

ଏହା ପରେ ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଗୋଟିଏ ଗୋଲ ସ୍କୋର କରାଥିଲା। ଏହି ସମୟରେ ଚିଲିର ଖେଳାଳିମାନେ ଗୋଲ ଦେବା ପାଇଁ ନିରନ୍ତର ସଂଘର୍ଷ କରୁଥିଲେ। ତେବେ ସେ ଷଶଷ କ୍ୱାର୍ଟରରେ କେବଳ ଗୋଟିଏ ଗୋଲ ସ୍କୋର କରିବାରେ ସକ୍ଷମ ହୋଇଥିଲେ।

Share