Categories: ଖେଳ

ଲଜ୍ଜାଜନକ ପରାଜୟ ପରେ ନ୍ୟୁଜିଲାଣ୍ଡ ଅଧିନାୟକ କହିଲେ ଏଭଳି

ଇନ୍ଦୋର,୨୫।୧: ଭାରତ ବିପକ୍ଷ ଦିନିକିଆ ସିରିଜରେ ଲଜ୍ଜାଜନକ ଭାବେ ପରାଜିତ ହୋଇଛି ନ୍ୟୁଜିଲାଣ୍ଡ। ତୃତୀୟ ଦିନିକିଆକୁ ୯୦ ରନ ଏବଂ ସିରିଜ୍‌(୦-୩)ରେ ପରାଜିତ ହେବାର ଯନ୍ତ୍ରଣା ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍‌ ଲାଥାମଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଇଛି।

ମ୍ୟାଚ୍‌ ପରେ ଲାଥାମ କହିଛନ୍ତି, ଆରମ୍ଭରୁ ଆମ ବୋଲିଂ ଭଲ ନ ଥିଲା। ହେଲେ ପରେ ଆମେ ଭଲ ପ୍ରଦର୍ଶନ କରିଥିଲୁ। ଫଳରେ ଭାରତକୁ ୩୮୦ ସ୍କୋର ପାଖାପାଖି ରୋକି ଥିଲି। ଶୁଣିବାକୁ ଠିକ୍‌ ଲାଗୁ ନ ଥିଲେ ହେଁ ଏହା ହିଁ ସତ। ଏହା ପରେ ବ୍ୟାଟିଂରେ ଆମେ ପ୍ରାୟ ୪୦ ଓଭର ବେଳକୁ ଆଉଟ୍‌ ହୋଇଗଲୁ, ଯାହାକି ଭଲ ହେଲାନାହିଁ। ହେଲେ ବିଶ୍ୱକପ୍‌ ପୂର୍ବରୁ ଭାରତରେ ଏହା ଆମର ଅନ୍ତିମ ଅନୁଭବ। ଆମ ଖେଳାଳିଙ୍କୁ ଏହି ମ୍ୟାଚ୍‌କୁ ଭାରତରେ ଖେଳିବାର ଅନୁଭବ ମିଳିଛି । ଆଶା କରୁଛି ଅକ୍ଟୋବରରେ ହେବାକୁ ଥିବା ବିଶ୍ୱକପ୍‌ରେ ଆମକୁ ଏହାର ଲାଭ ମିଳିବ ବୋଲି ସେ କହିଛନ୍ତି।

ଏହାଛଡ଼ା ମୁଁ ବହୁତ ଅଧିକ ଭାବେ ନାହିଁ। ସେ ବ୍ୟାଟିଂ ହେଉ ଅବା ବୋଲିଂ, ଆମେ ସବୁ ପରିସ୍ଥିତି ଲାଗି ପ୍ରସ୍ତୁତ ଥାଉ। ଆଜିର ସମୟରେ ସମସ୍ତେ ବ୍ୟାଟିଂ କରିବା ପସନ୍ଦ କରୁଛନ୍ତି। କାରଣ ଏହି ଖେଳ ବ୍ୟାଟିଂ ସହ ବିଶେଷ ଭାବେ ଜଡ଼ିତ ରହୁଛି ବୋଲି ସେ କହିଛନ୍ତି।

Share