ନ୍ୟୁଜିଲାଣ୍ଡରେ ୫.୬ ତୀବ୍ରତାର ଭୂକମ୍ପ

ଓ୍ବିଲିଂଟନ୍‌,୨୦।୯: ନ୍ୟୁଜିଲାଣ୍ଡରେ ବୁଧବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରେକର୍ଡ କରାଯାଇଛି। ନ୍ୟୁଜିଲ୍ୟାଣ୍ଡର ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି କହିଛି ଯେ, ଭୂକମ୍ପରେ କୌଣସି ମୃତାହତ କିମ୍ବା କୌଣସି କ୍ଷୟକ୍ଷତି ହୋଇନାହିଁ। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଖ୍ରୀଷ୍ଟଚର୍ଚର ପ୍ରାୟ ୧୨୫ କିଲୋମିଟର ପଶ୍ଚିମ କେନ୍ଦ୍ରୀୟ ଦକ୍ଷିଣ ଦ୍ୱୀପରେ ଏହି ଭୂକମ୍ପ ଘଟିଛି।

Share