Categories: ଖେଳ

ନ୍ୟୁଜିଲାଣ୍ଡ ଆଗରେ ୨୮୩ ରନ୍‌ର ବିଜୟ ଟାର୍ଗେଟ୍‌

ଅହମ୍ମଦାବାଦ,୫।୧୦: ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଦିନିକିଆ ବିଶ୍ୱକପର ୧୩ତମ ସଂସ୍କରଣର ଗୁରୁବାର ଉଦ୍‌ଘାଟନୀ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ପ୍ରଥମ ବ୍ୟାଟିଂ କରିଥିବା ଇଂଲଣ୍ଡ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୮୨ ରନ୍‌ କରିଛି । ଫଳରେ ନ୍ୟୁଜିଲାଣ୍ଡ ଆଗରେ ୨୮୩ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ଇଂଲଣ୍ଡ।

ଇଂଲଣ୍ଡର ଦୁଇ ଓପନର ଜନି ବେୟାରଷ୍ଟୋ ଏବଂ ଡାଓ୍ବିଡ ମଲାନ ଦଳକୁ ଭଲ ଷ୍ଟାଟ୍‌ ଦେଇଥିଲେ। ହେଲେ ମଲାନ ୧୪ ରନ୍‌ରେ ଆଉଯ୍‌ ହେବା ପରେ ଜୋ ରୁଟ୍‌ ଓ ବେୟାରଷ୍ଟୋ ଲଢୁଆ ବ୍ୟାଟିଂ କରି ଦଳକୁ ଆଗକୁ ନେଇଥିଲେ। ରୁଟ୍‌ ସର୍ବାଧିକ ୭୭ ରନ୍‌ କରିଥିବା ବେଳେ ବେୟାରଷ୍ଟୋ ୩୩ ରନ୍‌ କରିଥିଲେ। ପରେ ଜସ୍‌ ବଟଲର ଏବଂ ଲିଆମ୍‌ ଲିଭିଂଷ୍ଟୋନ ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇ ଥିଲେ। ବଟଲର ୪୩ ରନ୍‌ କରିଥିବା ବେଳେ ଲିଭିଂଷ୍ଟୋନ ୨୦ ରନ୍‌ କରିଥିଲେ। ଶେଷ ବେଳକୁ ମାର୍କ ଉଡ୍‌ ଓ ଆଦିଲ ରସିଦ ଉପଯୋଗୀ ବ୍ୟାଟିଂ କରିଥିଲେ। ଫଳରେ ଇଂଲଣ୍ଡ ୨୮୨ ରନ୍‌ କରିବାରେ ସଫଳ ହୋଇଥିଲା। ନ୍ୟୁଜିଲାଣ୍ଡର ମ୍ୟାଟ୍‌ ହେନରୀ ୩ ଉଇକେଟ୍‌ ନେଇଥିବା ବେଳେ ଗ୍ଲେନ ଫିଲିପ୍ସ ଏବଂ ମିଚେଲ ସାଣ୍ଟନର ୨ଟି ଲେଖାଏ ଉଇକେଟ୍‌ ନେବାରେ ସକ୍ଷମ ହୋଇଥିଲେ। ସେହିପରି ଟ୍ରେଣ୍ଟ ବୋଲ୍ଟ ଏବଂ ରାଚିନ୍‌ ରବିନ୍ଦ୍ର ଗୋଟିଏ ଲେଖାଏ ଉଇକେଟ୍‌ ନେଇଥିଲେ।

 

Share