Categories: ଖେଳ

ନ୍ୟୁଜିଲାଣ୍ଡକୁ କାହିଁକି କୁହାଯାଉଛି ‘ସାଇଲେଣ୍ଟ କିଲର୍‌’

ଆବୁଧାବି,୧୧।୧୧: ଟି-୨୦ ବିଶ୍ୱକପ୍‌ ୨୦୨୧ ଫାଇନାଲରେ ପହଞ୍ଚିଛି ନ୍ୟୁଜିଲାଣ୍ଡ। ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଦଳ ପ୍ରଥମ ଥର ଫାଇନାଲ ଖେଳିବାକୁ ଯାଉଛି। ଟି-୨୦ ବିଶ୍ୱକପ୍‌ ଆରମ୍ଭ ହେବା ପୂର୍ବରୁ କେହି ଭାବି ନ ଥିଲେ ନ୍ୟୁଜିଲାଣ୍ଡ ଫାଇନାଲରେ ପହଞ୍ଚିବାରେ ପ୍ରଥମ ଦଳ ହେବ। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦଳ ଫାଇନାଲରେ ପହଞ୍ଚିଛି। ଏବେ ନ୍ୟୁଜିଲାଣ୍ଡକୁ ସୋସିଆଲ ମିଡିଆରେ ‘ସାଇଲେଣ୍ଟ କିଲର୍‌’ ଆଖ୍ୟା ଦିଆଯାଇଛି।
ବିଶ୍ୱ କ୍ରିକେଟ୍‌ରେ ଗତ କିଛି ବର୍ଷ ହେବ ନ୍ୟୁଜିଲାଣ୍ଡ ନିଜର ଆଧିପତ୍ୟ ଜାହିର କରିଛି। ପ୍ରତିଥର ଏହି ଦଳ ଆଇସିସି ଇଭେଣ୍ଟ୍‌ ଗୁଡିକରେ ଚମତ୍କାର ଖେଳିଛି। ବିଶ୍ୱାସ କରି ହେଉ ନ ଥିବା ଟୁର୍ନାମେଣ୍ଟକୁ ଜିତିଛି। ୨୦୧୫ ବିଶ୍ୱକପ୍‌ଠାରୁ ଆରମ୍ଭ କରି ଟି-୨୦ ବିଶ୍ୱକପ୍‌ ଫାଇନାଲ ପର୍ଯ୍ୟନ୍ତ ଯାତ୍ରା ଦେଖିଲେ ନ୍ୟୁଜିଲାଣ୍ଡ ଅନେକ ଆଇସିସି ଟୁର୍ନାମେଣ୍ଟ ଫାଇନାଲରେ ପହଞ୍ଚିଛି। ୨୦୧୯ ବିଶ୍ୱକପ୍‌ରେ ଫାଇନାଲରେ ପହଞ୍ଚିଥିବା ନ୍ୟୁଜିଲାଣ୍ଡ ଅବଶ୍ୟ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା। ସେହିପରି ୨୦୨୧ ଟେଷ୍ଟ ଚାମ୍ପିଅନ୍‌ଶିପ୍‌ ଫାଇନାଲରେ ଭାରତକୁ ପରାସ୍ତ କରି ଦଳ ଚାମ୍ପିଅନ୍‌ ହୋଇଥିଲା। ଏହି ଟେଷ୍ଟ ଚାମ୍ପିଅନ୍‌ଶିପ୍‌ ଜିତିବ ବୋଲି କେହି କଳ୍ପନା କରି ନ ଥିଲେ। କିନ୍ତୁ ଦଳ ଏହା କରି ଦେଖାଇଥିଲା। ଏବେ ଟି-୨୦ ବିଶ୍ୱକପ୍‌ ଫାଇନାଲରେ ପହଞ୍ଚିଛି। କେନ୍‌ ଓ୍ବିଲିମସନ୍ସଙ୍କ ନେତୃତ୍ୱରେ ଦଳ ଏଥର ଚାମ୍ପିଅନ୍‌ ହେବ ବୋଲି କ୍ରିକେଟ୍‌ ବିଶେଷଜ୍ଞମାନେ ମତ ଦେଇଛନ୍ତି।

Share