Categories: ଖେଳ

ଲଢୁଆ ବ୍ୟାଟିଂ ସତ୍ତ୍ୱେ ୨୦ ରନରେ ହାରିଲା ନ୍ୟୁଜିଲାଣ୍ଡ…

ମେଲବୋର୍ନ,୧।୧୧: ଟି-୨୦ ବିଶ୍ୱକପର ୩୩ତମ ମ୍ୟାଚରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଲଢୁଆ ବ୍ୟାଟିଂ ସତ୍ତ୍ୱେ ନ୍ୟୁଜିଲାଣ୍ଡ ହାରିଛି। ଧାର୍ଯ୍ୟ ୧୮୦ ରନ୍‌ର ପିଛା କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୯ ରନ୍‌ କରିଥିଲା। ଫଳରେ ନ୍ୟୁଜିଲାଣ୍ଡ ୨୦ ରନ୍‌ରେ ପରାଜୟ ସ୍ବୀକାର କରିଛି।

ବ୍ରିସବେନରେ ଖେଳାଯାଉଥିବା ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୨୦ ଓଭରରେ ଇଂଲଣ୍ଡ ୬ ଓ୍ବିକେଟ ହରାଇ୧୭୯ ରନ୍‌ ସ୍କୋର କରିଥିଲା। ଫଳରେ ଜିତିବା ପାଇଁ ନ୍ୟୁଜିଲାଣ୍ଡ ଲାଗି ୧୮୦ ରନ୍‌ର ଆବଶ୍ୟକତା ରହିଛି। ଇଂଲଣ୍ଡ ପାଇଁ କ୍ୟାପଟେନ ଜୋସ ବଟଲର ସର୍ବାଧିକ ୭୩ ରନ ସଂଗ୍ରହ କରିଥିଲେ। ତାଙ୍କ ସାଥୀ ଓପନର୍‌ ଆଲେକ୍ସ ହେଲ୍ସ ୫୨ ରନ ସଂଗ୍ରହ କରିଥିଲେ। ଲିଆମ ଲିଭିଙ୍ଗଷ୍ଟୋନ ୨୦ ରନ କରିଥିଲେ। ଏହି ତିନୋଟି ବ୍ୟତୀତ ଇଂଲଣ୍ଡର କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ।

ବେନ ଷ୍ଟୋକ୍ସ ଆଠ, ହ୍ୟାରି ବ୍ରୁକ ସାତ ଏବଂ ମୋଏନ ଅଲି ପାଞ୍ଚ କରି ପାଭିଲିୟନ ଫେରିଥିଲେ। ସାମ କୁରାନ ୬ ରନ ସ୍କୋର କରି ଥିଲେ ଏବଂ ଡେଭିଡ ମାଲାନ ଅପରାଜିତ ରହିଥିଲେ। ନ୍ୟୁଜିଲାଣ୍ଡ ପାଇଁ ଲକି ଫର୍ଗୁସନ ଦୁଇଟି ୱିକେଟ ନେଇଥିଲେ। ଟିମ ସାଉଥୀ, ମିଚେଲ ସାଣ୍ଟନର୍‌ ଏବଂ ଇଶ ସୋଡି ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ବିକେଟର ସଫଳତା ପାଇଥିଲେ। ତିନୋଟି ମ୍ୟାଚରୁ ନ୍ୟୁଜିଲାଣ୍ଡରେ ପାଞ୍ଚ ପଏଣ୍ଟ ରହିଛି। ଇଂଲଣ୍ଡ ତିନୋଟି ମ୍ୟାଚରେ ତିନୋଟି ପଏଣ୍ଟ ପାଇଥିଲା। ଏବେ ଏହା ପଏଣ୍ଟ ୫ ଛୁଇଁଛି।

Share