Categories: ଖେଳ

ଲଢୁଆ ବ୍ୟାଟିଂ ସତ୍ତ୍ୱେ ଅଷ୍ଟ୍ରେଲିଆ ଠାରୁ ହାରିଲା ନ୍ୟୁଜିଲାଣ୍ଡ…

ଧର୍ମଶାଳା,୨୮।୧୦: ଧର୍ମଶାଳାର ହିମାଚଳପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୨୭ତମ ମ୍ୟାଚରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡକୁ ୫ ରନରେ ପରାଜିତ କରିଛି। ଧାର୍ଯ୍ୟ ୩୮୯ ରନ ଲକ୍ଷ୍ୟର ପିଛା କରି ନ୍ୟୁଜିଲାଣ୍ଡ ୫୦ ଓଭରରେ ୯ ଓ୍ବିକେଟ ହରାଇ ୩୮୩ ରନ ସଂଗ୍ରହ କରିଥିଲା। ତେବେ ଲଢୁଆ ବ୍ୟାଟିଂ ସତ୍ତ୍ୱେ ନ୍ୟୁଜିଲାଣ୍ଡ ପରାଜୟ ସ୍ବୀକାର କରିଛି।
ନ୍ୟୁଜିଲାଣ୍ଡ ଅଧିନାୟକ ଟମ ଲାଥମ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ପ୍ୟାଟ କ୍ୟୁମିନ୍ସଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୯.୨ ଓଭରରେ ୧୦ ଓ୍ବିକେଟ ହରାଇ ୩୮୮ ରନ ସଂଗ୍ରହ କରିଥିଲା। ଫଳରେ ନ୍ୟୁଜିଲାଣ୍ଡ ପାଇଁ ୩୮୯ ରନର ବିଜୟ ଲକ୍ଷ୍ୟ ରହିଥିଲା। ଟ୍ରାଭିସ ହେଡ ୧୦୯ ଏବଂ ଡେଭିଡ ୱାର୍ନର ୮୧ ରନ କରି ଅଷ୍ଟ୍ରେଲିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ।

Share