Categories: ଖେଳ

ରାଉରକେଲାରେ ପହଞ୍ଚିଲା ନ୍ୟୁଜିଲାଣ୍ଡ, ମାଲେସିଆ ହକି ଦଳ

ରାଉରକେଲା ଅଫିସ,୮।୧:ପୁରୁଷ ହକି ବିଶ୍ୱକପ୍‌କୁ ଆଉ ୫ଦିନ ବାକି ଥିବାବେଳେ ରାଉରକେଲାରେ କେବଳ ଭାରତୀୟ ହକି ଦଳର ଖେଳାଳିମାନେ ପହଞ୍ଚି ବିର୍ସାମୁଣ୍ଡା ଷ୍ଟାଡିୟମରେ ଅଭ୍ୟାସ ଜାରି ରଖିଛନ୍ତି। ଶନିବାର ଦୁଇଟି ଚାର୍ଟାଡ୍‌ ପ୍ଲେନ ଯୋଗେ ନ୍ୟୁଜିଲାଣ୍ଡ ଓ ମ୍ୟାଲେସିଆ ଦଳର ଖେଳାଳିମାନେ ରାଉରକେଲାରେ ପହଞ୍ଚତ୍ଥିଲେ। ପ୍ରଥମେ ଅପରାହ୍ନ ୧ଟା ୧୦ରେ ନ୍ୟୁଜିଲାଣ୍ଡ ଦଳ ପହଞ୍ଚତ୍ଥିଲା। କୋଚ୍‌ ଗ୍ରେଗ୍‌ ନିକୋଲ ଓ ଅଧିନାୟକ କେୟାର ଟରାଣ୍ଟୋଙ୍କ ସହ ଦଳର ଅନ୍ୟ ଖେଳାଳିମାନେ ପହଞ୍ଚତ୍ବା ପରେ ନିବନିର୍ମିତ ବିର୍ସାମୁଣ୍ଡା ଷ୍ଟାଡିୟମରେ ମିଳିଥିଲା ଉଚ୍ଛ୍ବସିତ ସମ୍ବର୍ଦ୍ଧନା। ଏଠାରେ ଖେଳିବାକୁ ନେଇ ଉଭୟ ବେଶ୍‌ ଉତ୍କଣ୍ଠା ପ୍ରକାଶ କରିଥିଲେ। ଜିଲାରେ ହକିପ୍ରେମୀଙ୍କ ସମର୍ଥନ ଓ ପାଗ ଅନୁକୂଳ ଥିବାରୁ ଏଠାରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି କୋଚ୍‌ ନିକୋଲ ମତପ୍ରକାଶ କରିଥିଲେ। ପରେ ଦଳର ସମସ୍ତ ଖେଳାଳି ଭଲ୍‌ଭୋ ବସ୍‌ ଯୋଗେ ବିର୍ସାମୁଣ୍ଡା ଷ୍ଟାଡିୟମର ହକି ଭିଲେଜରେ ଥିବା ‘ଏ’ ବ୍ଲକ ହୋଟେଲ ପରିସରକୁ ଯାଇଥିଲେ। ସେହିପରି ମ୍ୟାଲେସିଆ ଦଳ ଅପରାହ୍ନ ୩ଟା ୩୦ରେ ବିମାନବନ୍ଦରରେ ପହଞ୍ଚିଥିଲା। ଦଳର ସମସ୍ତ ଖେଳାଳିଙ୍କୁ ଜିଲା ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବଳୟରେ ଷ୍ଟାଡିୟମ ପରିସରକୁ ନିଆଯାଇଥିଲା।

Share