Categories: ଖେଳ

ଟସ୍‌ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ଜାରି, ଶ୍ରୀଲଙ୍କା ପାଇଁ ‘କର ବା ମର’ ସ୍ଥିତି

ସିଡନୀ,୨୯।୧୦ : ଟି-୨୦ ବିଶ୍ୱକପ୍‌ ସୁପର-୧୨ ଶନିବାର ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ମ୍ୟାଚରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷେ ନ୍ୟୁଜିଲାଣ୍ଡ ୪ ଓଭର ଖେଳ ସୁଦ୍ଧା ୨ ଉଇକେଟ ହରାଇ ୧୫ ରନ୍‌ କରିଛି। ଅଧିନାୟକ କେନ୍‌ ୱିଲିୟମସନ ୫ ରନ୍‌ କରି କ୍ରିଜ୍‌ରେ ରହିଛନ୍ତି।

ଏହି ମ୍ୟାଚ ଶ୍ରୀଲଙ୍କା ପାଇଁ କର ବା ମର’ ପରିସ୍ଥିତି ସୃଷ୍ଟି କରିଛି। ତେଣୁ ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ପ୍ରବେଶ କରିବାକୁ ଆଶା ଉଜ୍ଜୀବିତ ରଖିଥିବା ଶ୍ରୀଲଙ୍କା ସବୁ ଶକ୍ତି ଏହି ମ୍ୟାଚ୍‌ରେ ଲଗାଇବ। ଅନ୍ୟପକ୍ଷେ ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଜିତି ବିଶ୍ୱପକରେ ନିଜ ସ୍ଥିତି ସୁରକ୍ଷିତ ରଖିବାକୁ ଚେଷ୍ଟା କରିବ।

ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚ୍‌ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ମ୍ୟାଚ ବର୍ଷା ଯୋଗୁ ବାତିଲ ହେବାରୁ ପଏଣ୍ଟ ଭାଗ ହୋଇଥିଲା ଏନେଇ ନ୍ୟୁଜିଲାଣ୍ଡ ଗ୍ରୁପ-୧ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି।

ଶ୍ରୀଲଙ୍କା ପ୍ରଥମ ମ୍ୟାଚ୍‌ ଆୟର୍ଲାଣ୍ଡକୁ ହରାଇଥିଲେ ହେଁ ପରବର୍ତ୍ତୀ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା। ମୋଟ ୨ ପଏଣ୍ଟ ସହ ଶ୍ରୀଲଙ୍କା ପଞ୍ଚମ ସ୍ଥାନରେ ରହିଛି ।

Share