Categories: ଖେଳ

ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ପ୍ରମୁଖ ପେସ୍‌ ବୋଲର ମ୍ୟାଟ୍‌ ହେନ୍‌ରୀ ବିଶ୍ୱକପ୍‌ରୁ ବାହାର

ନୂଆଦିଲ୍ଲୀ,୩ା୧୧: ନ୍ୟୁଜିଲାଣ୍ଡର ଦୁଇ ପେସ୍‌ ବୋଲରଙ୍କ ସମେତ ୫ ଖେଳାଳି ଆଘାତଜନିତ ସମସ୍ୟାରେ ରହିଛନ୍ତି। ଏଭଳି ସ୍ଥିତିରେ ଡାହାଣ ପାର୍ଶ୍ୱ ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରୀ ଯୋଗୁ ନ୍ୟୁଜିଲାଣ୍ଡର ପ୍ରମୁଖ ପେସ୍‌ ବୋଲର ମ୍ୟାଟ୍‌ ହେନ୍‌ରୀ ବିଶ୍ୱକପ୍‌ର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଡେଙ୍ଗା ଫାଷ୍ଟ ବୋଲର କାଇଲ ଜେମିସନଙ୍କୁ ଦଳରେ ନିଆଯାଇଛି।

ବୁଧବାର ପୁଣେଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ବେଳେ ୩୧ ବର୍ଷୀୟ ହେନ୍‌ରୀ ଆଘାତପ୍ରାପ୍ତ ହୋଇଥିଲେ। ଏମ୍‌ଆରଆଇ ସ୍କାନ ପରେ ତାଙ୍କର ଗ୍ରେଡ୍‌ ଟୁ ଲୋୟର ଟିଅର ହୋଇଥିବା ଜଣାପଡ଼ିଥିଲା। ଏଥିରୁ ମୁକ୍ତି ପାଇବା ଲାଗି ତାଙ୍କୁ ଅତି କମ୍‌ରେ ୨ରୁ ୪ ସପ୍ତାହ ସମୟ ଲାଗିବ। ମୁଖ୍ୟ କୋଚ୍‌ ଗ୍ୟାରୀ ଷ୍ଟେଡ୍‌ କହିଛନ୍ତି, ମ୍ୟାଟ ଦୀର୍ଘ ଦିନ ହେଲା ଆମ ଦିନିକିଆ ଦଳର ଜଣେ ପ୍ରମୁଖ ସଦସ୍ୟ ରହି ଆସିଛନ୍ତି। ଟୁର୍ନାମେଣ୍ଟର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଦଳ ତାଙ୍କ ଅନୁପସ୍ଥିତି ଅନୁଭବ କରିବ।

Share