କାନପୁର,୨୯।୧୧: କାନପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଜିତିବା ପାଇଁ ନ୍ୟୁଜିଲାଣ୍ଡକୁ ଭାରତ ୨୮୪ ରନ ଟାର୍ଗେଟ ଦେଇଛି। ଏବେ ବୋଲରଙ୍କ ଉପରେ ଭାରତର ବିଜୟ ସମ୍ପୂର୍ଣ୍ଣ ନିର୍ଭର କରେ। ନ୍ୟୁଜିଲାଣ୍ଡ ଭାରତର ଟେନ୍ସନ୍କୁ ବଢାଇ ଦେଇଛି। ପଞ୍ଚମ ଦିନ ଏକ ଘଣ୍ଟାର ଖେଳ ସରିଛି କିନ୍ତୁ ଭାରତକୁ ଗେଟିଏ ବି ସଫଳତା ମିଳି ପାରି ନାହିଁ। ଟମ ଲାଥାମ ଏବଂ ୱିଲିୟମ ସମରଭିଲ୍ କ୍ରିଜରେ ଅଛନ୍ତି। ଚତୁର୍ଥ ଦିନର ଖେଳ ଶେଷ ହେବା ପୂର୍ବରୁ ମଧ୍ୟ ନ୍ୟୁଜିଲାଣ୍ଡ ୪ ରନରେ ଗୋଟିଏ ଉଇକେଟ୍ ହରାଇଥିଲା।
ମ୍ୟାଚ୍ର ଚତୁର୍ଥ ଦିନରେ ୭ ଉଇକେଟ୍ ହରାଇ ୨୩୪ ସ୍କୋର କରିବା ପରେ ଟିମ ଇଣ୍ଡିଆ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା। ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଶ୍ରେୟାସ ଆୟର ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ବ୍ୟତୀତ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ସାହା ମଧ୍ୟ ୬୧ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ପ୍ରଥମ ଇନିଂସରେ ଭାରତ ୩୪୫ ସ୍କୋର କରିଥିବାବେଳେ ନ୍ୟୁଜିଲାଣ୍ଟ ୨୯୬ ରନ ସଂଗ୍ରହ କରିଥିଲା।