Categories: ଖେଳ

ବିଶ୍ୱକପ୍‌ରେ ବିଜୟ ଚୌକା ମାରିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୮।୧୦: ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି। ବିଶ୍ୱକପ ୨୦୨୩ର ୧୬ତମ ମ୍ୟାଚରେ ଆଫଗାନିସ୍ତାନକୁ ୧୪୯ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ପ୍ରଥମେ ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନ୍‌ମାନେ ଦୃଢ ପ୍ରଦର୍ଶନ କରିଥିଲେ ଏବଂ ପରେ ଚମତ୍କାର ବୋଲିଂ କରି ଆଫଗାନିସ୍ତାନକୁ ୧୩୯ ରନ୍‌ରେ ସୀମିତ ରଖିଥିଲେ। ପ୍ରଥମେ ଟସ ହାରି ବ୍ୟାଟିଂ କରିବା ପରେ କିୱି ଦଳ ୫୦ ଓଭରରେ ବୋର୍ଡରେ ୬ ଉଇକେଟ ହରାଇ ୨୮୮ ରନ ସଂଗ୍ରହ କରିଥିଲା। ଗ୍ଲେନ ଫିଲିପ୍ସ ୭୧ ରନ ସଂଗ୍ରହ କରିଥିଲେ ଏବଂ ଅଧିନାୟକ ଟମ ଲାଥାମ ଦଳ ପାଇଁ ୬୮ ରନ ସଂଗ୍ରହ କରିଥିଲେ। ବୋଲିଂରେ ଫର୍ଗୁସନ ଏବଂ ସାଣ୍ଟନର୍‌ ପ୍ରତ୍ୟେକ ୩ଟି ଲେଖାଏ ଉଇକେଟ ନେଇଥିଲେ।

Share