Categories: ଖେଳ

ଭାରତ ବିପକ୍ଷ ସିରିଜ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା

ଅକଲାଣ୍ଡ,୧୫।୧୧: ଭାରତ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ଏବଂ ଦିନିକିଆ ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ସିନିୟର ଓପନର୍‌ ମାର୍ଟିନ ଗୁପଟିଲ ଏବଂ ଭେଟେରାନ ଫାଷ୍ଟ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ଦଳରୁ ଓହରିଯାଇଛି। ଏଥି ସହିତ, ତାଙ୍କ ସ୍ଥାନରେ ଫିନ ଆଲେନ ବର୍ତ୍ତମାନ ଉଭୟ ଫର୍ମାଟରେ ଦଳ ପାଇଁ ଖେଳୁଥିବାର ନଜର ଆସିବେ। ନଭେମ୍ବର ୧୮ରୁ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ଏବଂ ଦିନିକିଆ ସିରିଜ ଖେଳିବ। ଉଭୟ ସିରିଜ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ପ୍ରତ୍ୟେକ ୧୩ ଖେଳାଳିଙ୍କ ଦଳ ଘୋଷଣା କରିଛି। କେନ ୱିଲିୟମ୍ସ ଉଭୟ ଦଳର ଅଧିନାୟକ ନଜର ଆସିବେ।
ନ୍ୟୁଜିଲାଣ୍ଡ ଟି-୨୦ ଦଳ: କେନ ୱିଲିୟମସନ (ଅଧିନାୟକ), ଫିନ ଆଲେନ, ମାଇକେଲ ବ୍ରେସୱେଲ, ଡିଭନ କନୱେ, ଲକି ଫର୍ଗୁସନ, ଡାରିଲ ମିଚେଲ, ଆଡାମ ମିଲନେ, ଜିମି ନିଶାମ, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର୍‌, ଇଶ ସୋଡି, ଟିମ ସାଉଥୀ, ବ୍ଲେୟାର ଟିକର।
ନ୍ୟୁଜିଲାଣ୍ଡ ଦିନିକିଆ ଦଳ: କେନ ୱିଲିୟମସନ (ଅଧିନାୟକ), ଫିନ ଆଲେନ, ମାଇକେଲ ବ୍ରେସୱେଲ, ଡିଭନ କନୱେ, ଲକି ଫର୍ଗୁସନ, ମ୍ୟାଟ ହେନେରୀ, ଟମ ଲାଥାମ, ଡାରିଲ ମିଚେଲ, ଆଡାମ ମିଲନେ, ଜିମି ନିଶାମ, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର୍‌, ଟିମ ସାଉଥୀ।

Share