Categories: ଖେଳ

ବିଶ୍ୱକପ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା

ଖ୍ରୀଷ୍ଟଚର୍ଚ୍ଚ,୧୧।୯: ବିଶ୍ୱକପ ୨୦୨୩ ଆରମ୍ଭ ପାଇଁ ବହୁତ କମ ସମୟ ବାକି ଅଛି। ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ବିଶ୍ୱକପ ୨୦୨୩ ପାଇଁ ଖେଳାଳିମାନଙ୍କୁ ଘୋଷଣା କରିଛି। କେନ ୱିଲିୟମସନଙ୍କ ଅଧିନାୟକତ୍ୱରେ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରିଛି। ନ୍ୟୁଜିଲାଣ୍ଡ ଦଳରେ ଅଭିଜ୍ଞ ଖେଳାଳି ତଥା ଯୁବ ଖେଳାଳି ଦଳରେ ସାମିଲ ହୋଇଛନ୍ତି। ଏଥିରେ ଟ୍ରେଣ୍ଟ ବୋଲ୍ଟ, ମାର୍କ ଚମ୍ପମାନ ଏବଂ ଟମ ଲାଥାମଙ୍କ ସମେତ ୧୫ ଖେଳାଳି ସାମିଲ ହୋଇଛନ୍ତି। ନ୍ୟୁଜିଲାଣ୍ଡ ଦଳ ବର୍ତ୍ତମାନ ଇଂଲଣ୍ଡରେ ଅଛି ଏବଂ ଦିନିକିଆ ସିରିଜ ଖେଳୁଛି।
ବିଶ୍ୱକପ ୨୦୨୩ ପାଇଁ ନ୍ୟୁଜିଲାଣ୍ଡ ଦଳ: କେନ ୱିଲିୟମସନ (ଅଧିନାୟକ), ଟ୍ରେଣ୍ଟ ବୋଲ୍ଟ, ମାର୍କ ଚମ୍ପମାନ, ଡିଭନ କନୱେ, ଲକି ଫର୍ଗୁସନ, ମ୍ୟାଟ ହେନେରୀ, ଟମ ଲାଥାମ, ଡାରିଲ ମିଚେଲ, ଜିମି ନିଶାମ, ଗ୍ଲେନ ଫିଲିପ୍ସ, ରାଚିନ ରବିନ୍ଦ୍ର, ମିଚ ସାଣ୍ଟନର୍‌, ଇଶ ସୋଡି , ଟିମ ସାଉଥୀ, ୱିଲ ୟଙ୍ଗ।

Share