ଖ୍ରୀଷ୍ଟଚର୍ଚ୍ଚ,୧୦।୨:ଆଇସିସି ମହିଳା ବିଶ୍ୱକପ ୨୦୨୨ର ଦ୍ୱିତୀୟ ମ୍ୟାଚରେ ଆୟୋଜକ ନ୍ୟୁଜିଲାଣ୍ଡ ହାତରୁ ଭାରତ ୬୨ ରନର ପରାଜୟର ସମ୍ମୁଖୀନ ହୋଇଛି। ଅଧିନାୟିକା ମିତାଲି ରାଜ ଟସ ଜିତି ଆୟୋଜକ ନ୍ୟୁଜିଲାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ପ୍ରଥମେ ବ୍ୟାଟିଂ କରି ଆୟୋଜକମାନେ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ୍ ହରାଇ ୨୬୦ ସ୍କୋର କରିଥିଲା। ଏହାର ଜବାବରେ ଭାରତ ୧୯୮ ରନ୍ରେ ଅଲଆଉଟ୍ ହୋଇଯାଇଥିଲା।