ହାଇଦ୍ରାବାଦ,୯।୧୦ : ବିଶ୍ୱକପ ୨୦୨୩ର ଷଷ୍ଠ ମ୍ୟାଚ ସୋମବାର ଦିନ ହାଇଦ୍ରାବାଦର ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ଏବଂ ନେଦରଲାଣ୍ଡ ମଧ୍ୟରେ ଖେଳାଯିବ। ଏହି ବିଶ୍ୱକପରେ ଏହା ନ୍ୟୁଜିଲାଣ୍ଡର ଦ୍ୱିତୀୟ ମ୍ୟାଚ ହେବ। କିୱି ଦଳ ଏହାର ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ୯ ୱିକେଟରେ ପରାସ୍ତ କରିଥିଲା। ଇଂଲଣ୍ଡ ବିପକ୍ଷ ବିଶ୍ୱକପର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ୧ ୱିକେଟ ରେ ୨୮୩ ରନ ଲକ୍ଷ୍ୟ ହାସଲ ପୁରଣ କରିଥିଲା।