ଖ୍ରୀଷ୍ଟଚର୍ଚ୍ଚ,୧୭।୨: ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଭ୍ରମଣକାରୀ ଦଳ ଏକ ନିଆରା ରେକର୍ଡ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ପାଳିରେ ମାତ୍ର ୯୫ ରନ୍ ଅଲଆଉଟ୍ ହୋଇଯାଇଥିଲା। ୯୦ ବର୍ଷ ପରେ ଦକ୍ଷିଣ ଆଫ୍ରିକ ଟେଷ୍ଟ ମ୍ୟାଚ୍ର ପ୍ରଥମ ପାଳିରେ ପ୍ରଥମଥର ପାଇଁ ୧୦୦ ରନ୍ ଭିତରେ ଅଲଆଉଟ୍ ହୋଇଛି। ଏହାପୂର୍ବରୁ ୧୯୩୨ରେ ଦକ୍ଷିଣ ଆଫ୍ରିକା ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ମେଲବୋର୍ନରେ ମାତ୍ର ୩୬ ରନ୍ରେ ଅଲଆଉଟ୍ ହୋଇଥିଲା। ୯୦ ବର୍ଷ ପରେ ଗୁରୁବାର ଦକ୍ଷିଣ ଆଫ୍ରିକା ଦଳ ମାତ୍ର ୯୫ ରନ୍ରେ ଅଲଆଉଟ୍ ହୋଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଦ୍ରୁତ ବୋଲର ମ୍ୟାଟ୍ ହେନେରି ୨୩ ରନ୍ ଦେଇ ୭ ଉଇକେଟ୍ ନେଇଥିଲେ।
What a day for @Matthenry014! 7-23. His first FIVE wicket haul in Test cricket and the equal third best Test innings figures for New Zealand. South Africa all out for 95 batting first at Hagley. Follow play LIVE with @sparknzsport. #NZvSA pic.twitter.com/ZQIsEcKuBq
— BLACKCAPS (@BLACKCAPS) February 17, 2022