ହଷ୍ଟେଲରେ ଅଗ୍ନିକାଣ୍ଡ: ୧୦ ମୃତ

ଓ୍ବିଲିଂଟନ,୧୬।୫: ନ୍ୟୁଜିଲ୍ୟାଣ୍ଡର ଓ୍ବିଲିଂଟନରେ ଏକ ଚାରି ମହଲା ହଷ୍ଟେଲରେ ନିଆଁ ଲାଗି ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ନିଆଁ ଲାଗିବା ପରେ ଉଦ୍ଧାରକାରୀ ଦଳ ଏବଂ ଅଗ୍ନିଶମ କର୍ମଚାରୀଙ୍କ ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ।
ନ୍ୟୁଜିଲ୍ୟାଣ୍ଡ ହେରାଲ୍ଡର ରିପୋର୍ଟ ଅନୁଯାୟୀ, ପ୍ରାୟ ରାତି ୧୨.୩୦ରେ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଯେଉଁଥିରେ ୧୦ଜଣଙ୍କର ମୃତ୍ୟୁ ହୋଇଛି। ତେବେ ୨୦ ଜଣଙ୍କ ଉଦ୍ଧାର କରାଯାଇଥିବା ବେଳେ ୫୨ ଫସି ରହିଥିବା ସୂଚନା ମିଳିଛି।

Share