Categories: ଖେଳ

ଖେଳାଳି ରହୁଥିବା ହୋଟେଲରେ ଅଗ୍ନିକାଣ୍ଡ

ଅକଲାଣ୍ଡ ୨୩ା୭: ଫିଫା ମହିଳା ଫୁଟବଲ୍‌ ବିଶ୍ୱକପ୍‌ ପାଇଁ ନ୍ୟୁଜିଲାଣ୍ଡ ଖେଳାଳି ରହୁଥିବା ହୋଟେଲରେ ନିଆଁ ଲାଗି ଯିବାରୁ ସମସ୍ତ ଖେଳାଳିଙ୍କୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ୩୪ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସୋମବାର ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି।

ସୂଚନା ଯୋଗ୍ୟ, ପୂର୍ବରୁ ନରଓ୍ବେ ଖେଳାଳି ରହୁଥିବା ହୋଟେଲ ନିକଟରେ ଗୁଳିକାଣ୍ଡ ଘଟିଥିଲା। ଏଥିରେ ୨ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ହେଲେ ପରବର୍ତ୍ତି ସମୟରେ ପୋଲିସ ଗୁଳିରେ ଆତତାୟୀଙ୍କ ମୃତ୍ୟୁ ଘଟିଥିଲା। ତେବେ ଉଭୟ ଘଟଣାରେ କୌଣସି ଲିଙ୍କ ଅଛି କି ନାହିଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share