Categories: ଖେଳ

ଲାଥାମ, ୱିଲିୟମ୍ସନଙ୍କ ବିସ୍ଫୋରକ ବ୍ୟାଟିଂ: ପ୍ରଥମ ଦିନିକିଆ ଜିତିଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ,୨୫।୧୧: ଟମ୍‌ ଲାଥାମଙ୍କ ୧୪୫ ରନ୍‌ର ବିସ୍ଫୋରକ ବ୍ୟାଟିଂ ଏବଂ କେନ ୱିଲିୟମ୍ସନଙ୍କ ୯୪ ରନ୍‌ର ଅପରାଜିତ ଇନିଂସ୍‌ ବଲରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଅକଲାଣ୍ଡର ଇଡେନ ପାର୍କରେ ଶୁକ୍ରବାର ଖେଳାଯାଇଥିବା ପ୍ରଥମ ମ୍ୟାଚକୁ ନ୍ୟୁଜିଲାଣ୍ଡ ୭ ଉଇକେଟରେ ବିଜୟୀ ହୋଇଛି। ଫଳରେ ୧-୦ରେ ନ୍ୟୁଜିଲାଣ୍ଡ ସିରିଜ ଆଗୁଆ ରହିଛି। ଟସ୍‌ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ଭାରତ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୩୦୬ ରନ୍‌ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୪୭.୧ଉଭରରେ ୩ ଉଇକେଟ ହରାଇ ୩୦୯ ରନ୍‌ କରି ବିଜୟୀ ହୋଇଛି।

Share