Categories: ଖେଳ

ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ,୨୫।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହେଉଛି। ଏହି ମ୍ୟାଚ୍‌ରେ ଟସ ଜିତିବା ପରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ। ଉମ୍‌ରାନ ମଲିକ ଏବଂ ଅର୍ଶଦୀପ ସିଂ ଭାରତ ପାଇଁ ଏକଦିବସୀୟ ଡେବ୍ୟୁ କରୁଛନ୍ତି। ଅଭିଜ୍ଞ ଖେଳାଳି ଶିଖର ଧାୱନ ଏକଦିବସୀୟ ସିରିଜର ନେତୃତ୍ୱ ନେଉଛନ୍ତି। ପ୍ରଥମ ମ୍ୟାଚ ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ଏହାପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତ ଟି-୨୦ ସିରିଜକୁ ୧-୦ରେ ଜିତି ନେଇଥିଲା।

Share