ଲକ୍ଷ୍ନୌ,୨୯।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ସିରିଜର ଦ୍ୱିତୀୟ ଟି୨୦ ମ୍ୟାଚ ଆଜି ଲକ୍ଷ୍ନୌରେ ଖେଳାଯାଉଛି। ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚରେ ଟିମ ଇଣ୍ଡିଆ ଏକ ପରିବର୍ତ୍ତନ କରିଛି, ୟୁଜବେନ୍ଦ୍ର ଚହଲ ଉମ୍ରାନ ମଲିକଙ୍କ ବଦଳରେ ଦଳରେ ସ୍ଥାନ ପାଇଛନ୍ତି।
ପ୍ରଥମ ଟି-୨୦ ପରାଜିତ ହେବା ପରେ ଦ୍ୱିତୀୟ ଟି୨୦ରେ ଭାରତ ପାଇଁ କର ବା ମର ସ୍ଥିତି ସୃଷ୍ଟି ହୋଇଛି। ସିରିଜ ବଜାୟ ରଖିବାକୁ ଭାରତକୁ ନିଶ୍ଚିତ ବିଜୟ ଆବଶ୍ୟକ ଥିବାବେଳେ ନୁଜ୍ୟିଲାଣ୍ଡ ଏହି ମ୍ୟାଚ୍ ଜିତି ସିରିଜ୍ ହାତେଇବାକୁ ଚେଷ୍ଟା କରିବ।