Categories: ଖେଳ

ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ

ଇନ୍ଦୋର,୨୪।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଶେଷ ଦିନିକିଆ ଇନ୍ଦୋରରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଦ୍ରୁତ ବୋଲର ସିପଲିଙ୍କ ସ୍ଥାନରେ ଜ୍ୟାକବ ଡଫି ଆସିଛନ୍ତି। ଅନ୍ୟପକ୍ଷରେ ଭାରତ ଦୁଇଟି ପରିବର୍ତ୍ତନ କରିଛି। ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜଙ୍କୁ ବିଶ୍ରାମ ଦିଆଯାଇଛି। ଉଭୟଙ୍କ ସ୍ଥାନରେ ଉମ୍‌ରାନ ମଲିକ ଏବଂ ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ନିଆଯାଇଛି।
ବର୍ତ୍ତମାନ ଟିମ ଇଣ୍ଡିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଜିତି ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ଇନ୍ଦୋର ଏକଦିବସୀୟ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଭ୍ରମଣକାରୀ ଦଳ ବିପକ୍ଷରେ କ୍ଳିନ୍‌ସୁଇପ୍‌ କରିବା ଉଦ୍ଦେଶ୍ୟରେ ପଡ଼ିଆକୁ ପ୍ରବେଶ କରିବ, କିଭି ଦଳ ସମ୍ମାନ ରକ୍ଷା କରିବା ପାଇଁ ଖେଳିବ।

Share