ସଂସଦରେ ଗର୍ଜିଲେ ମହିଳା ଏମପି, ନୃତ୍ୟ ସାଙ୍ଗକୁ ଦମଦାର ଭାଷଣ, ଭିଡିଓ ଭାଇରାଲ

ଓ୍ବେଲିଂଟନ୍‌,୬।୧: ନେତାଙ୍କ ଦମଦାର ଭାଷଣ ତାଙ୍କ ବ୍ୟକ୍ତିତ୍ୱକୁ ପ୍ରକାଶ କରିବା ସହ ସାଧାରଣ ଜନତାଙ୍କୁ ପ୍ରଭାବିତ କରିଥାଏ। ଜନସଭାରେ ହେଉ କି ବିଶେଷ କରି ସଂସଦରେ ସେମାନେ ଲୋକଙ୍କ ସମସ୍ୟା ଉପସ୍ଥାପନ କରନ୍ତ। ନିକଟରେ ଏପରି ଏକ ମହିଳା ଏମପିଙ୍କ ଭାଷଣ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ସେ ସଂସଦରେ ନାଚି ନାଚି ଜନସାଧାରଣଙ୍କ ଦାବି ଉପସ୍ଥାପନ କରିଛନ୍ତି। ଭାରତରେ ନୁହେଁ ସେ ହେଉଛନ୍ତି ନ୍ୟୁଜିଲାଣ୍ଡର ସର୍ବ କନିଷ୍ଠ ଏମପି ହାନା ରହିତି ମାଇପି କର୍‌ଲାକେ। ନ୍ୟୁଜିଲାଣ୍ଡ ସଂସଦରେ ତାଙ୍କର ଦମଦାର ଭାଷଣ ସାଙ୍ଗକୁ ଦାବି ଉପସ୍ଥାପନ କରିବାର ପ୍ରଭାବଶାଳୀ ନୃତ୍ୟ ସାରା ବିଶ୍ୱକୁ ଚକିତ କରିଛି।

 

ଏହି ଭିଡିଓଟି ହେଉଛି ୨୦୨୩ ଡିସେମ୍ବରର। ଦେଶର ସର୍ବ କନିଷ୍ଠ ୨୧ ବର୍ଷିୟ ହାନା ଭାଇରାଲ ଭିଡିଓରେ କହୁଛନ୍ତି, ଜନସାଧାରଣଙ୍କୁ ମୁଁ ପ୍ରତିଶ୍ରୁତି ଦେଇଛି, ସେମାନଙ୍କର କୌଣସି ସମସ୍ୟା ହେଲେ ମୁଁ ଆଗରେ ଠିଆ ହେବି। ସେମାନଙ୍କୁ ପାଇଁ ମୁଁ ଜୀବନ ମଧ୍ୟ ଦେଇପାରେ। କିନ୍ତୁ ବର୍ତ୍ତମାନ ମୁଁ ଆପଣଙ୍କ ପାଇଁ ବଞ୍ଚିବାକୁ ଚାହୁଁଛି ଏବଂ ଆପଣଙ୍କ ପାଇଁ କାମ କରିବାକୁ ଚାହୁଁଛି। ତେବେ ଭାଷଣ ଦେବା ସମୟରେ ସେ ଅନେକ ଥର ଭାବପ୍ରବଣ ହୋଇଯାଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସଂସଦରେ ନିଜ ଭାଷଣକୁ ସେ ନୃତ୍ୟ କରି ଉପସ୍ଥାପନ କରିଥିଲେ। ସେ ମାଓରି ସଂସ୍କୃତିର ‘ହାକା’ ନୃତ୍ୟ ସର୍ବସାଧାରଣଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ। କହିରଖୁଛୁ କି, ଏହା ଏକ ଯୁଦ୍ଧଗୀତ। ଯାହାକୁ ବିଭିନ୍ନ ଭାବଭଙ୍ଗୀ ସହ ପ୍ରସ୍ତୁତ କରାଯାଇଥାଏ। ଭାଷଣ ଦେବା ସମୟରେ ସେ ଜନତାଙ୍କ ଦାବି ଉଠାଇ ସଂସଦରେ ଗର୍ଜୁ ଥିବାର ନଜିର ଆସିଛନ୍ତି।

 

Share