ପୁରୁଷୋତ୍ତମପୁର,୧୦।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗୋଠିଆଳି ଗ୍ରାମରେ ଥିବା ଯମୁନା ପୋଖରୀ ପାହାଚରୁ ଏକ ନବଜାତ ଶିଶୁପୁତ୍ରର ମୃତଦେହ ଜବତ ହୋଇଛି। କେହି ଜଣେ ଭୋରୁ ପୋଖରୀ କୂଳରେ ଶିଶୁଟିକୁ ଜନ୍ମଦେଇ ପାହାଚରେ ପକାଇ ଦେଇଥିବା ଜଣାପଡ଼ିଛି। ସକାଳେ ଲୋକେ ଗାଧୋଇବାକୁ ଆସିବା ବେଳେ ଶିଶୁଟିକୁ ଦେଖିଥିଲେ। ପରେ ସେ ମୃତ ବୋଲି ଜାଣିବାକୁ ପାଇଥିଲେ। ପରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।